Sunshine Communication

ଆସନ୍ତା କାଲି ରେଙ୍ଗାଳି ବନ୍ଧ ଉପରେ ଯାତାୟାତ ବନ୍ଦ

0

ଅନୁଗୁଳ: କଣିହାଁ ବ୍ଲକ୍ ରେଙ୍ଗାଳି ବନ୍ଧ ଉପର ରାସ୍ତାରେ ଚଳିତ ମାସ ୩ ତାରିଖରେ ଯାତାୟାତ ଉପରେ କଟକଣା ଜାରି କରାଯାଇଛି । ମରାମତି ପାଇଁ ୧୦ ଘଣ୍ଟା ଧରି ଡ୍ୟାମ୍ ରାସ୍ତା ବନ୍ଦ ରଖାଯିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ସେଦିନ ଓଏଚପିସି ପାୱାର ହାଉସର ଦୁଇ ନମ୍ବର ୟୁନିଟ୍‌ର ‘ହଏଷ୍ଟ ଗେଟ୍’ ମରାମତି ପାଇଁ ପ୍ରସ୍ତୁତି ଚାଲିଛି । ବିଶାଖାପାଟନମରୁ ଆସିଥିବା ସ୍ୱତନ୍ତ୍ର ବୁଡ଼ାଳିଙ୍କ ଦ୍ବାରା ଜଳଭଣ୍ଡାର ମଧ୍ୟରୁ କ୍ରେନ୍ ସାହାଯ୍ୟରେ ଏହି ବିରାଟ ଫାଟକକୁ ବାହାର କରାଯିବ । କୌଣସି ଅଘଟଣ ନ ଘଟିବା ପାଇଁ ଡ୍ୟାମ୍ ର ଉଭୟ ପାର୍ଶ୍ଵ ଗେଟ୍ ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରଖାଯିବ। ଏଥି ଯୋଗୁଁ ରେଙ୍ଗାଳି-ଖମାର ରାସ୍ତା ବନ୍ଦ ହୋଇଯିବ । ଡ୍ୟାମର ଉଭୟ ପାର୍ଶ୍ଵ ର ଅଧିବାସୀ ଏଥିରେ ସହଯୋଗ କରିବାକୁ ଓଏଚପିସିର ଜେନେରାଲ୍ ମ୍ୟାନେଜର ସୁବାସ ପାତ୍ର ଅନୁରୋଧ କରିଛନ୍ତି ।

 

Puspa Facial Hub

Leave A Reply

Your email address will not be published.