ବାଲି ଚୋରା ଚାଲାଣ ବେଳେ ୨ ହାଇୱା ଜବତ

0

ଅନୁଗୁଳ: ବାଲି ଚୋରା ଚାଲାଣ କରୁଥିବା ୨ଟି ହାଇୱାକୁ ଅନୁଗୁଳ ଟାଉନ ପୁଲିସ ବୁଧବାର ସକାଳେ ପିଟିସ ହାଇସ୍କୁଲ ସମ୍ମୁଖରୁ ଜବତ କରିଛି। ଏହା ସହ ୨ ହାଇୱା ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ପିଟିସି ହାଇସ୍କୁଲ ସମୁଖରେ ୨ଟି ବାଲି ବୋଝେଇ ହାଇୱା( ଓଡି-୧୯ଏନ୍-୮୧୨୨ ଓ ଓଡି-୧୯ଏଲ-୭୩୨୨)କୁ ଅଟକାଇଥିଲେ। ବାଲିର ଟ୍ରାଞ୍ଜିଟ ପରମିଟ ଯାଞ୍ଚ କରାଯିବାରୁ ଏଥିରେ ଜାଲିଆତି ହୋଇଥିବା ଜଣାପଡ଼ିଥିଲା। ପରମିଟରେ ସମୟକୁ ଲିଭାଇ ଦିଆଯାଇଥିଲା । ଗୋଟିଏ ଟ୍ରାଞ୍ଜିଟ ପରମିଟ ଦେଖାଇ ଏହି ହାଇୱା ୪ ଥର ବାଲି ପରିବହନ କରିଥିବା ଜଣାପଡ଼ିଥିଲା। ତାଳଚେର ବାଲିଘାଟରୁ ଜାଲ୍ ଟ୍ରାଞ୍ଜିଟ ପରମିଟରେ ଏହି ବେଆଇନ ବାଲି ଚୋରା ଚାଲାଣ କରାଯାଉଥିବା ପୁଲିସ ସୂଚନା ଦେଇଛି। ଏ ନେଇ ଅନୁଗୁଳ ଥାନା ମାମଲା ରୁଜୁକରି ୨ଟି ହାଇୱାକୁ ଜବତ କରିବାସହ ୨ ଚାଳକ ଜୟଦେବ ବେହେରା(୩୦) ଓ ସଞ୍ଜୟ ସ୍ବାଇଁ (୩୪)ଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.

error: Content is protected !!