ଅସୁରକ୍ଷିତ ଅନୁଗୁଳ ସହର, ମହିଳାଙ୍କୁ ମାଡ଼ ମାରି ଟଙ୍କା ଛଡ଼ାଇନେଲା

0

ଅନୁଗୁଳ: ଅସୁରକ୍ଷିତ ହୋଇ ପଡ଼ିଛି ଅନୁଗୁଳ ସହର । ଚୋରି, ଛିନ୍‌ତାଇ ବୃଦ୍ଧି ପାଇବା ସହ ବେଲଗାମ ହୋଇଛି ଅସାମାଜିକ କାର୍ଯ୍ୟକଳାପ । ଗୁରୁବାର ସକାଳେ ଏସ୍‌ପିଙ୍କ ବାସଭବନ ସାମ୍ନାରେ ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି । ଜଣେ ଦୁର୍ବୃତ୍ତ ତାଙ୍କୁ ମାଡ଼ ମାରିବା ସହ ତାଙ୍କ ଠାରୁ ୪ ହଜାର ଟଙ୍କା ଲୁଟି ନେଇଛନ୍ତି । ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରିଛି । ସୂଚନା ମୁତାବକ, ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ ଅନୁଗୁଳ ସହର ତାମ୍ରିତ୍ କଲୋନୀର ବାସୁ ପ୍ରଧାନଙ୍କ ପତ୍ନୀ ଲଳିତା ପ୍ରଧାନ ।

Leave A Reply

Your email address will not be published.