ଅନୁଗୁଳ: ହଣ୍ଡପା ଥାନା ହିଞ୍ଜିରିଡା ଗାଁଠାରେ ଶୁକ୍ରବାର ପୁଲିସ ଚୋରା କୋଇଲା ନେଉଥିବା ଏକ ମିନିଟ୍ରକ୍ ଜବତ କରିବା ସହ ଏ ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, କିଶୋରନଗର ଥାନା ବଡ଼ରୋହିଲା ଗାଁର ବି. ବାଘ ଓ ବଏଜା ଗାଁର ପିଣ୍ଟୁ ପ୍ରଧାନ ଛେଣ୍ଡିପଦା ଅଞ୍ଚଳରୁ ଏକ ମିନିଟ୍ରକ୍ (ଓଆର୍ ୧୩ଡି-୪୫୫୦)ରେ ୫ଟନ୍ ଚୋରା କୋଇଲା ବୋଝେଇ କରି କିଶୋରନଗର ଅଭିମୁଖେ ଆସୁଥିଲେ । ଜିଲ୍ଲା ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଓ ହଣ୍ଡପା ପୁଲିସ ଚଢ଼ଉ କରି ଉକ୍ତ ମିନିଟ୍ରକ୍ ଓ କୋଇଲା ଜବତ କରିଛି। ଏ ଘଟଣାରେ ଶ୍ରୀ ବାଘ ଓ ପିଣ୍ଟୁ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।