ଆମ୍ବୁଲାନ୍ସ ଧକ୍କାରେ ବୃଦ୍ଧାଙ୍କ ଜୀବନ ଗଲା

0

ଅନୁଗୁଳ: ଆମ୍ବୁଲାନ୍ସ ଧକ୍କାରେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧା ହେଲେ ଜରପଡ଼ା ଥାନା ଇଲାକା ତୁବେ ଗ୍ରାମର ଚୁଇଁ ସାହୁ(୬୫)। ପ୍ରାପ୍ତ ସୂଚନା ମୁତାବକ, ବୁଧବାର ଦିନ ୫୫ ନମ୍ବର ଜାତୀୟ ରାଜପଥର ତୁବେ ଛକ ଠାରେ ଏହି ଦୁର୍ଘଟଣା ଘଟିଥିଲା । ସେ ଚିନି କିଣିବା ପାଇଁ ରାସ୍ତା ପାର ହୋଇ ଅପରପାର୍ଶ୍ବରେ ଥିବା ଦୋକାନକୁ ଯାଉଥିଲେ। ଏହି ସମୟରେ ପଛରୁ ଏକ ଆମ୍ବୁଲାନ୍ସ ତାଙ୍କୁ ଧକ୍କା ଦେଇଥିଲା । ବୃଦ୍ଧା ଛିଟିକି ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍ ପହଞ୍ଚି ଏକ ମାମଲା ରୁଜ୍ଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.

error: Content is protected !!