ଅନୁଗୁଳ ସହର ଉପକଣ୍ଠରେ ଚାଞ୍ଚଲ୍ୟ

ମହିଳାଙ୍କୁ ବଳାତ୍କାର, ହତ୍ୟା !

0

ଅନୁଗୁଳ: ମହିଳାଙ୍କୁ ବଳାତ୍କାର ପରେ ହତ୍ୟା । ଅନୁଗୁଳ ସହର ଉପକଣ୍ଠ ତଥା ସଦର ଥାନା ଇଲାକା କୁମଣ୍ଡ ଗାଣ୍ଡୁ ପଡ଼ିଆରେ ରବିବାର ରାତିରେ ଘଟି ଥିବା ଏହି ବୀଭତ୍ସ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତ ମହିଳା ହେଲେ ଧୃବ ଗୋଛାୟତଙ୍କ ପତ୍ନୀ ମାମି ଗୋଛାୟତ (୪୫) । ସୋମବାର ସକାଳୁ ପରିବାର ଲୋକ ତାଙ୍କର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଥିଲେ । ଦେହସାରା କ୍ଷତଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପୁଅ ଅଭିଯୋଗ କରିଥିଲେ । ଏତଲା କ୍ରମେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରାଯାଇଥିବା ବେଳେ ମହିଳାଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି । ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସଦର ଥାନା ପୁଲିସ୍ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

error: Content is protected !!