ଗ୍ରୀଲ ତାଡ଼ି ଦୁଇ ଲକ୍ଷର ସମ୍ପତ୍ତି ଲୁଟ୍

0

ଅନୁଗୁଳ: କଣିହାଁ ଏନ୍‌ଟିପିସି ଥାନା ନିକଟବର୍ତ୍ତୀ ଲୋଧାବନ୍ଧ ଗ୍ରାମରୁ ବୁଧବାର ରାତିରେ ଲୁଟପାଟ୍ ହୋଇଛି । ଗୋବିନ୍ଦ ଶର୍ମାଙ୍କ ପରିବାର ଲୋକ ଶୋଇଯାଇଥିବା ବେଳେ ଦୁର୍ବୃତ୍ତମାନେ ଗ୍ରୀଲ ତାଡ଼ି ଦୁଇ ଲକ୍ଷ ଟଙ୍କାର ସମ୍ପତ୍ତି ନେଇ ଯାଇଛନ୍ତି । ଗୁରୁବାର ଗୋବିନ୍ଦଙ୍କ ପତ୍ନୀ ଭାରତୀ ସୂତାର ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ କେସ୍ ରୁଜୁ କରି ତଦନ୍ତ ଚଳାଇଛି ।
ପ୍ରକାଶ ଯେ,ବୁଧବାର ରାତି ପ୍ରାୟ ୧୧ଟା ବେଳେ ଖାଇପିଇ ସାରି ପରିବାର ଲୋକ ଶୋଇବାକୁ ଯାଇଥିଲେ । ସକାଳେ ଶ୍ରୀମତୀ ସୂତାର ଉଠିଲା ବେଳକୁ ଡ୍ରଇଁରୁମ୍ ଝରକା ତଡ଼ା ହୋଇଥିବା ଦେଖିବାକୁ ପାଇଥିଲେ । ଆଲମିରା ଭଙ୍ଗା ପଡ଼ିଥିବା ବେଳେ ଗୋଟିଏ ଲାପଟପ୍, ମୋବାଇଲ୍ ଫୋନ୍ ସମେତ ଦୁଇଟି ସୁନା କାନଫୁଲ, ଗୋଟିଏ ସୁନା ଚେନ୍, ମୁଦି, ଚୁଡ଼ି ଆଦି ୩୦ ଗ୍ରାମର ସୁନାଗହଣା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏହାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମତୀ ସୂତାର ଗୁରୁବାର ପୂର୍ବାହ୍ନରେ ଥାନାରେ ଏତଲା ଦେଇଥିଲେ ।

Leave A Reply

Your email address will not be published.

error: Content is protected !!