କାଠ ବୋଝେଇ ପିକଅପ ଭ୍ୟାନ ଜବତ୍

You are currently viewing କାଠ ବୋଝେଇ ପିକଅପ ଭ୍ୟାନ ଜବତ୍

ପାଲଲହଡ଼ା: ପାଳଲହଡ଼ା ବ୍ଳକ ଖମାର ଅଞ୍ଚଳରେ ବନ କର୍ମଚାରୀ ହାତୀ ସୁରକ୍ଷା ଦାୟିତ୍ବରେ ଥିବା ବେଳେ ଏହାର ଫାଇଦା ନେଉଛନ୍ତି କାଠ ମାଫିଆ। ଗତ ଗୁରୁବାର ସଂଧ୍ୟାରେ କଣିହାଁ ବ୍ଲକ୍ ଅର୍କିଳ ଗ୍ରାମରୁ ଵିଜିଗୋଳ ଗ୍ରାମକୁ କାଠ ଚାଲାଣ ହେଉଥିବା ଏକ ପିକ୍ ଅପ୍ ଭ୍ୟାନ ଧରପଡିଛି। ଖବର ପାଇ ଵନପାଳ ପ୍ରଦୀପ କୁମାର ଶତପଥି ସଦଳବଳ ଭାଲୁକି ଛକଠାରେ ଛକି ରହିଥିଲେ। ନିର୍ଦିଷ୍ଟ କାଠବୋଝେଇ ଭ୍ୟାନ ଆସିବା ମାତ୍ରେ ଅଟକାଇ, ଗାଡିଚାଳକ ଓ ସହଯୋଗୀଙ୍କୁ କାବୁ କରିନେଇଥିଲେ। ଗାଡିରୁ ୪୦ ଖଣ୍ଡ ଶାଳକାଠ ଜବତ୍ କରାଯାଇଥିଲା। ଚାଳକ ହେମନ୍ତ କୁମାର ପାଣି ଓ ସହଯୋଗୀ ଅନିରୁଦ୍ଧ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବନ ବିଭାଗ ସୂତ୍ରରୁ ଜଣାପଡିଛି।

Share

Leave a Reply