କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର

You are currently viewing କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଛେଣ୍ତିପଦା: ଛେଣ୍ତିପଦା ଥାନା ବାଲିପଟ୍ଟା ପଞ୍ଚାୟତ ହଟିଆନାଳି ନିକଟସ୍ଥ ବିଲମାଳରେ ଥିବା ଏକ କୂଅରୁ ଜଣେ ଯୁବକଙ୍କ ମୃତଦେହ ରବିବାର ଉଦ୍ଧାର ହୋଇଛି। ମୃତ ଯୁବକ ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜାମୁଣ୍ତା ଜଙ୍ଗଲ ଗ୍ରାମର ମନ୍ତ ବେହେରା (୩୨) ବୋଲି ଜଣାପଡ଼ିଛି। ଏହି ଅଘଟଣକୁ ନେଇ ନାନା ଆଲୋଚନା ହେଉଥିବା ବେଳେ ତାଙ୍କୁ ହତ୍ୟା କରି କୂଅରେ ଫୋପାଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି। ଛେଣ୍ତିପଦା ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଚଳାଇଛି। ମନ୍ତ (୩୨) ହଟିଆନାଳି ସ୍ଥିତ ତାଙ୍କ ଶ୍ବଶୁର ଘର ଯାଇଥିଲେ। ଶୁକ୍ରବାର ସନ୍ଧ୍ୟାରେ ସେ ସାଇକେଲ୍‌ରେ ନିକଟସ୍ଥ ଚନ୍ଦ୍ରପୁର ଗ୍ରାମକୁ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଉଛି କହି ଚାଲିଯାଇଥିଲେ। ହେଲେ ରାତିରେ ସେ ଘରକୁ ଫେରିନଥିଲେ କି ଖୋଜଖବର ନଥିଲା। ଅପରାହ୍ଣରେ ଗାଁ ପାଖ ବିଲମାଳରେ ଥିବା ଏକ ଖୋଲାକୂଅରେ ତାଙ୍କର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ସୂଚନା ଦେଇଥିଲେ।

Share

Leave a Reply