CADLAB

ଛଟପୂଜା ପାଇଁ ସରକାରଙ୍କ ନୂଆ ଗାଇଡଲାଇନ୍

ନଦୀପଠାରେ ସମବେତ ନ ହେବାକୁ ପରାମର୍ଶ

0

ଅନୁଗୁଳ: ଚଳିତ ବର୍ଷ ଛଟପୂଜା ପାଳନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନଦୀପଠାରେ ସମାଗମ ହେବା ଉପରେ କଟକଣା ଲଗାଯାଇଛି ।
ଘରେ ରହି ପୂଜା କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପରାମର୍ଶ ଦେଇଛନ୍ତି । ଆସନ୍ତା ୨୦ ଓ ୨୧ ତାରିଖ ଛଟ ପୂଜା ଉପଲକ୍ଷେ ଏହି କଟକଣା ଜାରି ହୋଇଛି।ଛଟ ପୂଜା ସମୟରେ ନଦୀପଠା ଗୁଡିକରେ ଶ୍ରଦ୍ଧାଳୁ ଭିଡ଼ ଜମାଇଥାନ୍ତି। ନଦୀରେ ସ୍ନାନ କରି ଅସ୍ତଗାମୀ ଓ ଉଦିତ ସୂର୍ଯ୍ୟଙ୍କୁ ପୂଜା କରିଥାନ୍ତି । ହେଲେ ଚଳିତ ଥର ଏଭଳି କଲେ କରୋନା ସଂକ୍ରମଣ ବୃଦ୍ଧିର ଆଶଙ୍କା ରହିଛି ବୋଲି ସୂଚନା ଦେଇଛନ୍ତି ଏସଆରସି।
ତେବେ ସମସ୍ତ କୋଭିଡ ପ୍ରୋଟୋକଲ୍ ମାନିବା ସହ ଏକାଠି ବୁଡ ନ ପକାଇବାକୁ ତଥା ଶ୍ରଦ୍ଧାଳୁଙ୍କୁ ନିବେଦନ କରାଯାଇଛି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.