ଡିସେମ୍ବର ୮ରୁ ସାତକୋଶିଆରେ ଇକୋ ରିଟ୍ରିଟ

0

ଅନୁଗୁଳ: ଗତ ବର୍ଷର ସଫଳତା ପରେ ଚଳିତ ବର୍ଷ ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ ଡିସେମ୍ବର ୮ ତାରିଖରୁ ଆରମ୍ଭ ହେଉଛି। ଫେବ୍ରୁଆରି ୨୮, ୨୦୨୧ ପର୍ଯ୍ୟନ୍ତ ଏହା ଚାଲିବ। କୋଣାର୍କ, ହୀରାକୁଦ, ଭିତରକନିକା, ଦାରିଙ୍ଗିବାଡ଼ି ଏବ˚ ସାତକୋଶିଆରେ ମଧ୍ଯ ଏହି ଉତ୍ସବ ଅନୁଷ୍ଠିତ ହେବ। ଓଡ଼ିଶାର ପର୍ଯ୍ୟଟନ, କଳା, ସ˚ସ୍କୃତି ଓ ପରମ୍ପରା ଜାଣିବାରେ ଇକୋ ରିଟ୍ରିଟ ପର୍ଯ୍ୟଟକମାନଙ୍କୁ ବିଶେଷ କରି ବିଦେଶୀମାନଙ୍କୁ ସହାୟକ ହେବ। ସାତକୋଶିଆର ପ୍ରାକୃତିକ ଶୋଭାରାଜି, ଜୈବ ବିବିଧତା, କୁମ୍ଭୀର ପ୍ରଜନନ କେନ୍ଦ୍ର, ମହାନଦୀରେ ନୌକା ବିହାର, ଅସ୍ଥାୟୀ ତମ୍ବୁ ଘର, ରାତ୍ରୀ ଯାପନ, ଟ୍ରେକି˚ ସବୁ କିଛିର ମଜା ଉଠାଇ ପାରିବେ ପର୍ଯ୍ୟଟକ। କୋଭିଡ୍‌ ସୁରକ୍ଷା ଭିତରେ ଏହି ଉତ୍ସବ ପାଳନ ପର୍ଯ୍ୟଟକମାନଙ୍କୁ ନିଶ୍ଚିତ ଆକୃଷ୍ଟ କରିବ।

Leave A Reply

Your email address will not be published.

error: Content is protected !!