ନିରାପଦ ଦୀପାବଳି ପାଇଁ ସହରରେ ପ୍ରସ୍ତୁତି

You are currently viewing ନିରାପଦ ଦୀପାବଳି ପାଇଁ ସହରରେ ପ୍ରସ୍ତୁତି

ଅନୁଗୁଳ: ପ୍ରଧାନମନ୍ତ୍ରୀ ମୋଦି ସବୁଜ ଏବ˚ ନିରାପଦ ଦୀପାବଳି ପାଳନ ନେଇ ଆହ୍ବାନ ଦେବା ପରେ ଦେଶବାସୀ ଏହାକୁ ମାନିବାକୁ ଆଗ୍ରହ ଦେଖାଇଛନ୍ତି। ଅନୁଗୁଳ ସହରରେ ବାଣ ଗୋଦାମଗୁଡ଼ିକୁ ସିଲ୍‌ କରାଯାଇଥିବାବେଳେ ଖୁଚୁରା ବାଣ ପାଇଁ ଚଳିତ ବର୍ଷ ଲାଇସେନ୍ସ ବାତିଲ୍‌ କରାଯାଇଛି। ସହରର ବିଭିନ୍ନ ଛକ, ବଜାରରେ ମାଟି ଦୀପ, ତେଲ ଏବ˚ କାଉଁରିଆ, ଭଳିକି ଭଳି କ୍ୟାଣ୍ତେଲ୍‌ ବିକ୍ରି ଆରମ୍ଭ ହେଲାଣି। ସେହିଭଳି ଭେରାଇଟି ଷ୍ଟୋର‌୍‌ ଗୁଡ଼ିକର ବିଭିନ୍ନ ପ୍ରକାର ଏଲ୍‌ଇଡି ବିଜୁଳି ଆଲୁଅମାନ ବିକ୍ରି ଆରମ୍ଭ ହୋଇଯାଇଛି। ଲକ୍ଷ୍ମୀ, ଗଣେଶ ପ୍ରତିମୂର୍ତ୍ତି ଏବ˚ ଘର ଓ ଦୋକାନ ସଜା ସାମଗ୍ରୀର ବିକ୍ରିବଟା ବେଶ ଜମିବ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି। ତେବେ ୧୦ ତାରିଖ ପୂର୍ବରୁ ଲୁଚାଚୋରାରେ ବିକ୍ରି ହୋଇଥିବା ବେଳେ ବାଣ କିଏ କୋଉଠି ଫୁଟାଉଛି, ତାହା ଦେଖିବାକୁ ବାକି ରହିଲା।

Share

Leave a Reply