CADLAB

ପୂର୍ବତନ ସରପଞ୍ଚଙ୍କୁ କାମୁଡି ଯୁବକ ଗିରଫ

0

ଅନୁଗୁଳ: କଣିହାଁ ଥାନା ହନୁମାନପୁର ପଞ୍ଜାୟତର ପୂର୍ବତନ ସରପଞ୍ଚ ତଥା ଝରlବେରେଣି ଗାଁର ଅଧିବାସୀ ବିନୟ ପ୍ରଧାନ(୫୫)ଙ୍କୁ କାମୁଡିବା ଅଭିଯୋଗରେ ସେହି ଗ୍ରାମର ବସନ୍ତ ସାହୁ ନାମକ ଜଣେ ଯୁବକଙ୍କୁ ପୁଲିସ୍ ଗିରଫ କରିଛି l ପୁଲିସ୍ ସୂତ୍ରରୁ ପ୍ରକାଶ, ଗୁରୁବାର ସନ୍ଧ୍ୟାରେ ଗାଁ ର ମହିଳା ମାନେ ଚଉପାଢ଼ିରେ ଭାଗବତ ପୂଜା କରୁଥିଲେ l ଏହି ସମୟରେ ବସନ୍ତ ନିଶାସକ୍ତ ଅବସ୍ଥାରେ ମହିଳାମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ l ବିନୟ ତାଙ୍କୁ ବାରଣ କରିବାରୁ ବସନ୍ତ ତାଙ୍କୁ ଗାଳି ଦେବା ସହ ବିନୟ ମୁହଁକୁ କାମୁଡି ଦେଇଥିଲେ l ଏ ସଂକ୍ରାନ୍ତରେ ବିନୟ ଗୁରୁବାର କଣିହାଁ ଥାନାରେ ଅଭିଯୋଗ କରିଥିଲେ l ପୁଲିସ୍ ଏ ନେଇ ଏକ ମାମଲା ରୁଜୁକରିବା ସହ ଶୁକ୍ରବାର ବସନ୍ତଙ୍କୁ କୋର୍ଟ ଚାଲାଣ କରିଛି l ଅନ୍ୟ ପକ୍ଷରେ ଏହି ଘଟଣାକୁ ନେଇ ବସନ୍ତଙ୍କ ପକ୍ଷରୁ ପାଲଟା ଅଭିଯୋଗ ହୋଇଥିବା ଜଣାପଡିଛି।

Leave A Reply

Your email address will not be published.