maa mangala vihar

ବିଦ୍ୟାଳୟ ମିଶ୍ରଣକୁ ଛାତ୍ର କଂଗ୍ରେସର ବିରୋଧ

ଜିଲ୍ଲା ପ୍ରଶାସନକୁ ସ୍ମାରକପତ୍ର

0

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବନ୍ଦ ହେବ ୧୭୦ଟି ବିଦ୍ୟାଳୟ l ବିଦ୍ୟାଳୟ ଉଚ୍ଛେଦ ନେଇ ସରକାରୀ ପ୍ରକ୍ରିୟାକୁ ବିରୋଧ କରିଛି ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ l ଜିଲ୍ଲା ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ବିଶ୍ୱରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ବୁଧବାର ଏ ସଂକ୍ରାନ୍ତରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀଙ୍କୁ ପ୍ରଦାନ କରିଛି l କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ଦର୍ଶାଇ ସରକାର ଯେଉଁଭଳି ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି, ତାହା ବାସ୍ତବରେ ଦୁର୍ଭାଗ୍ୟଜନକ।ବିଦ୍ୟାଳୟ ଉଚ୍ଛେଦ କରିବା ଆଦୌ ସମୀଚୀନ ନୁହେଁ ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଛି l ତୁରନ୍ତ ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ ବୋଲି ଦାବି ହୋଇଛି l ଦାବି ପୂରଣ ନହେଲେ ଦଳ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବ ବୋଲି ଚେତାବନୀ ଦେଇଛି l

Leave A Reply

Your email address will not be published.