CADLAB

ବିଷାକ୍ତ ମଦ ପିଇ ୪ ମୃତ, ୪ ଗୁରୁତର

0

ଅନୁଗୁଳ: ଅନୁଗୁଳ ବ୍ଲକ୍ ତଥା ପୁରୁଣାକୋଟ ଥାନା ପଥରଗଡ଼ ଗାଁରେ ଗତ ରବିବାର ରାତିରେ ବିଷାକ୍ତ ମଦ ପିଇବା ଘଟଣାରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଗାଁର ସୁବାସ ସାହୁଙ୍କ ଘର ଛାତ ପଡୁଥିବା ବେଳେ ଠିକାଦାର କାଳିଆ ଦେହୁରୀ ଶ୍ରମିକମାନଙ୍କୁ କାମରେ ଲଗାଇଥିଲା। ରାତିରେ କାମ ସରିବା ପରେ ଶ୍ରମିକମାନେ ଖାଇବା ସହ ଦେଶୀ ମଦ ପିଇଥିଲେ। ରାତି ପ୍ରାୟ ୧୧ଟା ବେଳକୁ ସମସ୍ତଙ୍କ ଛାତି, ପେଟରେ ଯନ୍ତ୍ରଣା ହେବା ସହ ବାନ୍ତି ହୋଇଥିଲା। ଡାକ୍ତରଖାନା ନେବା ପାଇଁ ଗାଡ଼ି ବ୍ୟବସ୍ଥା କରିବା ପୂର୍ବରୁ ଗାଁର କାଇରା ପଧାନ ଓ ଟୁକୁନା ପଧାନ ଆଖି ବୁଜିଥିଲେ। ଗୁରୁତର ଶଶିକାନ୍ତ ଦେହୁରୀ, ବସନ୍ତ ଦେହୁରୀ, ସୁଶାନ୍ତ ଦେହୁରୀ ଏବ˚ ବାସୁଦେବ ପ୍ରଧାନଙ୍କୁ ଅନୁଗୁଳ ଡାକ୍ତରଖାନା ନିଆଯାଇଥିଲା। ସମସ୍ତ ଉଦ୍ୟମ ସତ୍ତ୍ବେ ଶଶିକାନ୍ତଙ୍କ ସୋମବାର ଅପରାହ୍ଣରେ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଜଣେ ରମେଶ ସାହୁ ମଧ୍ଯ ଡାକ୍ତରଖାନାରେ ଆଖି ବୁଜିଥିଲେ। ଉପଜିଲ୍ଲାପାଳ ବାସୁଦେବ ଶତପଥୀ ଡାକ୍ତରଖାନାରେ ପହଞ୍ଚି ମୃତା ଓ ଅସୁସ୍ଥଙ୍କ ବାବଦରେ ପଚାରି ବୁଝିଥିଲେ। ଅନ୍ୟପକ୍ଷରେ ଅବକାରୀ ବିଭାଗର ଏକ ଟିମ୍‌ ପଥରଗଡ଼ ଯାଇ ଘଟଣାର ତଦନ୍ତ କରିଛି। ମୃତ ଶଶିକାନ୍ତର ଶବ ୨ ଜଣିଆ ଡାକ୍ତରୀ ଟିମ୍‌ ବ୍ୟବଚ୍ଛେଦ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ମଦର ଅବାଧ ଚୋରା କାରବାର ନେଇ ସାଧାରଣରେ ଅଭିଯୋଗ ହୋଇଛି।

ଅନ୍ୟ ପକ୍ଷରେ ଏଇ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଠିକାଦାର ତଥା ମଦ ପ୍ରସ୍ତୁତ ଓ ଯୋଗାଣକାରୀ କାଳିଆ ଓ ତାର ସହଯୋଗୀ ଗିରଫ ହୋଇଛନ୍ତି। କାଳିଆକୁ ପଚରା ଉଚୁରା କରାଯାଉଥିବା ବେଳେ ସହଯୋଗୀ ବସନ୍ତ ଦେହୁରୀ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛି। ଅବକାରୀ ବିଭାଗ ଚଢ଼ାଉ କରି କାଳିଆ ଠାରୁ ୪ ଲିଟର ସ୍ପିରିଟ ଜବତ କରିଛି।

Leave A Reply

Your email address will not be published.