ସୁନ୍ଦରୀ ଦେଲା ମହାଶିକ୍ଷା

ଜଙ୍ଗଲ ବିଭାଗ ତ୍ରୁଟି ସୁଧାରିବ?

0

ଅନୁଗୁଳ: ଭାରତର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ଏବ˚ ବ˚ଶବୃଦ୍ଧି ଯୋଜନା ପ୍ରାୟତଃ ବିଫଳ ହୋଇଛି। ମହାବୀରୀ ବାଘର ମୃତ୍ୟୁ ଏବ˚ ସୁନ୍ଦରୀ ବାଘୁଣୀ ଏବେ ଅନୁଗୁଳ ରାଇଗୁଡ଼ାର ଏନ୍‌କ୍ଲୋଜର ଭିତରେ ରହି ଛାଟିପିଟି ହେଉଛି। ମଧ୍ଯପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସି˚ହ ଚୌହାନ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଯେ ପର୍ଯ୍ୟନ୍ତ ସୁନ୍ଦରୀ କାହ୍ନା ଟାଇଗର ରିଜର୍ଭକୁ ନ ଫେରିଛି ସେ ପର୍ଯ୍ୟନ୍ତ ତାର ଉପଯୁକ୍ତ ଦେଖାଶୁଣା କରିବାକୁ ପରାମର୍ଶ ଦେଇଛନ୍ତି। କିଛି ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା ପ୍ରଥମ ପର୍ଯ୍ୟାୟରେ ଏବେ ଯୋଡ଼ା ବାଘବାଘୁଣୀଙ୍କୁ ଆଣି ସାତକୋଶିଆରେ ବ˚ଶବୃଦ୍ଧି କରାଇବା ସହ ପର୍ଯ୍ୟଟକମାନଙ୍କୁ ଖୁସି କରାଯିବା ନେଇ ଯେଉଁ ଯୋଜନା ହୋଇଥିଲା, ସେଥିରେ ମୂଳରୁ ତ୍ରୁଟି ରହିବାରୁ ପ୍ରକଳ୍ପଟି ସଫଳ ହୋଇପାରିଲା ନାହିଁ। ବ୍ୟାଘ୍ର ସ˚ରକ୍ଷଣ ଇଲାକାରେ ଲୋକଙ୍କୁ ସଚେତନ ନ କରାଇ ବଳ ପୂର୍ବକ ଯୋଜନାକୁ କାର୍ଯ୍ୟ କରାଇବା, ନିମ୍ନମାନର ରେଡିଓ ଯନ୍ତ୍ରପାତି ସାଙ୍ଗକୁ ମହାବୀରର ଟ୍ରାକି˚ରେ ବିଫଳତା, ସରକାରୀ ଅର୍ଥକୁ ବେପରୁଆ ଖର୍ଚ୍ଚ ଆଦି ଯୋଗୁଁ ଯୋଜନାଟି ଫଳବତୀ ହୋଇପାରିଲା ନାହିଁ। ଶେଷକୁ ଏନ୍‌ଟିସିଏ ଅଧାରୁ ଅନୁଦାନ ବନ୍ଦ କରିଦେଲା। ଓଡ଼ିଶାରେ ଏବେ ସର୍ବମୋଟ ୨୮ଟି ମାତ୍ର ବାଘ ରହିଥିବା ବେଳେ ଏହାର ବ˚ଶବୃଦ୍ଧି ନେଇ ଯେଉଁ ଯୋଜନା କରାଯାଇଛି ତାହା ଉପରୋକ୍ତ କାରଣ ହେତୁ ଫଳବତୀ ହୋଇପାରୁନାହିଁ। ଜଙ୍ଗଲ ବିଭାଗ ଯଦି ଏ ଘଟଣାରୁ ବୁଦ୍ଧି ନ ଶିଖିଛି ତେବେ ଭବିଷ୍ୟତରେ ବ୍ୟାଘ୍ର ବ˚ଶ ବୃଦ୍ଧି ଯୋଜନା କେବଳ ସ୍ବପ୍ନରେ ହିଁ ରହିଯିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.

error: Content is protected !!