maa mangala vihar

୭୦୦ ଏକର ଜମି ଘୋଟାଲା ନେଇ ଗର୍ଜିଲା କ˚ଗ୍ରେସ

0

ଅନୁଗୁଳ: ଗତ କିଛି ବର୍ଷ ମଧ୍ୟରେ ଅନୁଗୁଳ ଜିଲ୍ଲାରେ ଅନେକ ଆଦିବାସୀ ହରିଜନଙ୍କ ଜମି ହଡ଼ପ ହୋଇଛି। ପ୍ରାୟ ୭୦୦ ଏକର ଜମି ହଡ଼ପ କରାଯାଇଛି। ସୁଶୀଲ ଅଗ୍ରୱାଲ ନାମକ ଜନୈକ ଜମି ଦଲାଲ ଏସବୁ କାରବାର ପଛର ନାୟକ ବୋଲି କ˚ଗ୍ରେସ ଅଭିଯୋଗ କରିଛି। ସୋମବାର କ˚ଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କ˚ଗ୍ରେସ ନେତା ପ୍ରଦୀପ ମାଝୀ, ଜଟଣି ବିଧାୟକ ସୁର ରାଉତରାୟ ପ୍ରମୁଖ ଯୋଗ ଦେଇ ଏହି ଘଟଣାର ତଦନ୍ତ ହୋଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି। ଏହି ମର୍ମରେ ଜିଲ୍ଲା କ˚ଗ୍ରେସ ପକ୍ଷରୁ ଏକ ଦାବିପତ୍ର ଅନୁଗୁଳ ଜିଲ୍ଲାପାଳଙ୍କୁ ଦିଆଯାଇଛି। ତେବେ ସମ୍ମିଳନୀରେ ଯେଉଁ ଦୁଇଜଣ ଜିଲ୍ଲାପାଳଙ୍କ ସମୟରେ ଏ ଘଟଣା ଘଟିଛି, ସେମାନଙ୍କ ନାଁ ନେବାକୁ କୁଣ୍ଠାବୋଧ କରିଥିଲେ କ˚ଗ୍ରେସ ନେତା। ଅନ୍ୟପକ୍ଷରେ ପଥରଗଡ଼ ବିଷାକ୍ତ ମଦମୃତ୍ୟୁ ମାମଲାରେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛି ଜିଲ୍ଲା କ˚ଗ୍ରେସ। ଜିଲ୍ଲାର ବିିଭିନ୍ନ ବ୍ଲକ୍‌ରେ ପିଡିଏସ୍‌ ଘୋଟାଲାର ତୀବ୍ର ନିନ୍ଦା କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ˚ଗ୍ରେସ ସଭାପତି ବିପ୍ଳବ ଜେନା, ଓବିସି ସେଲ୍‌ ସଭାପତି ଜିତେନ୍ଦ୍ର ସାହୁ, କୃଷକ ସେଲ୍‌ର ସରୋଜ ପ୍ରଧାନ, ନଗର କ˚ଗ୍ରେସ ପକ୍ଷରୁ ସୁଦୀପ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ।

Leave A Reply

Your email address will not be published.