ଅନ୍ୟାନ୍ୟ

ଅକ୍ଷୟ ଶ୍ରାଦ୍ଧ ଦିବସ

By Angul TV Bureau

November 17, 2020

ଅନୁଗୁଳ: ଅନୁଗୁଳ ମାରୱାଡ଼ି ଧର୍ମଶାଳାଠାରେ ଓଡ଼ିଆ ସ˚ଗୀତ ଜଗତର ବାଦଶାହ ଅକ୍ଷୟ ମହାନ୍ତିଙ୍କ ୧୮ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ସୁଧିରେନ୍ଦ୍ର ପରିଜାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମାରୋହକୁ ପ୍ରଦୀପ ଜାଳି ଉଦ୍‌ଘାଟନ କରିଥିଲେ ଜେଏସ୍‌ପିଏଲ୍‌ ସିଏସ୍‌ଆର‌୍‌ ବିଭାଗର ବରିଷ୍ଠ ପ୍ରବନ୍ଧକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ। ସମାରୋହରେ ଉପସ୍ଥିତ ଅକ୍ଷୟ ପ୍ରେମୀ ଅକ୍ଷୟ ମହାନ୍ତିଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଅକ୍ଷୟ ସ˚ଗୀତ ଏବ˚ ଅକ୍ଷୟ ସାହିତ୍ୟ ଉପରେ ଆଲୋଚନା ହୋଇଥିଲା। ଏଥିରେ ଶିକ୍ଷାବିତ୍ ସରୋଜ କୁମାର ପାଣିଗ୍ରାହୀ, ଆଡ୍‌ଭୋକେଟ ରାଜକିଶୋର ମହାରଣା, ସତ୍ୟସୁନ୍ଦର ଦାସ, ସାମ୍ବାଦିକ ବିଶ୍ବର˚ଜନ ପଟ୍ଟନାୟକଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।