ମୁଖ୍ୟ ଖବର

ଅନୁଗୁଳରେ ବନ୍ଦ, ଗଡିଲାନି ଚକ

By Angul TV Bureau

November 26, 2020

ଅନୁଗୁଳ: ମୋଦି ସରକାରଙ୍କ ଶ୍ରମିକ, କୃଷକ ଓ ଜନ ବିରୋଧୀ ନୀତି ବିରୋଧରେ ୨୬ ନଭେମ୍ବରରେ ଆୟୋଜିତ ଦେଶବ୍ୟାପୀ ଧର୍ମଘଟ ସଫଳ ହୋଇଛି। ଅନୁଗୁଳରେ ଏହି ବନ୍ଦକୁ ବେଶ୍‌ ସମର୍ଥନ ମିଳିଥିବା ଦେଖିବାକୁ ମିଳିଥିଲା। ଶ୍ରମ କୋଡ୍‌କୁ ପ୍ରତ୍ୟାହାର, କୃଷକ ଆଇନକୁ ପ୍ରତ୍ୟାହାର, ସମସ୍ତ ଗରିବ ଲୋକଙ୍କୁ ମାସିକ ୭୫୦୦ ଟଙ୍କା ସହ ୧୦ କେଜି ଚାଉଳ, ବ୍ୟାଙ୍କ, ବୀମା ଓ ରାଷ୍ଟ୍ରାୟତ୍ତ ଊଦ୍ୟୋଗର ଘରୋଇକରଣକୁ ବନ୍ଦ କରିବା, ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଉପଯୁକ୍ତ ଆଇନ ପ୍ରଣୟନ କରିବା ଦାବିରେ ଏହି ଧର୍ମଘଟର ଡାକରା ଦିଆଯାଇଥିଲା

ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏସ୍‌ୟୁସିଆଇ, ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ ଆଦି ଶ୍ରମିକ ସ˚ଗଠନଗୁଡ଼ିକ ସହ ବ୍ୟାଙ୍କ, ବୀମା କର୍ମଚାରୀମାନେ ଯୋଗଦାନ କରିଥିଲେ। ଅନୁଗୁଳର ଅଧିକା˚ଶ ଦୋକାନ ବଜାର ବନ୍ଦ ଥିଲା। କାଁ ଭାଁ କେମିତି ଟ୍ରକ ଚଳାଚଳ କରୁଥିବା ଦେଖିବାକୁ ମିଳୁଥିଲା। ଶ୍ରମିକ ସ˚ଗଠନର କର୍ମକର୍ତ୍ତାମାନେ ଅନୁଗୁଳ ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିକେଟି˚ କରିଥିଲେ। ସହରରେ କାଁ ଭାଁ ଗାଡ଼ିମଟର ଚଳାଚଳ କରୁଥିବା ଦେଖିବାକୁ ମିଳିଥିଲା। ବ୍ୟାଙ୍କ, ପୋଷ୍ଟ ଅଫିସ୍‌ ଏବ˚ ବିଭିନ୍ନ ଊଦ୍ୟୋଗଗୁଡ଼ିକରେ କର୍ମଚାରୀ ଓ ଶ୍ରମିକଙ୍କ ଅଭାବ ହେତୁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।