ଅନୁଗୁଳ: ଅନୁଗୁଳ ଓକିଲ ସ˚ଘର ନିର୍ବାଚନ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ରୂପେ ଦିଲ୍ଲୀପ କୁମାର ସାହୁ ବିଜୟୀ ହୋଇଥିବା ବେଳେ ସ˚ପାଦକ ପଦବୀରେ ବାଜିମାତ କରିଛନ୍ତି ସୋମନାଥ ରାଉତ। କୋଷାଧକ୍ଷ ପଦବୀରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ନୀଳକଣ୍ଠ ନାଏକ ଓ ମନୋଜ କୁମାର ପ୍ରଧାନ ସମାନ ସଂଖ୍ୟକ ଭୋଟ୍ ପାଇଥିଲେ। ଧର୍ମଗୁଳା ମାଧ୍ୟମରେ ମନୋଜ କୁମାର ପ୍ରଧାନ ନିର୍ବାଚିତ ହୋଇଛନ୍ତି। ସେହିପରି ନିରୋଦ କୁମାର ମିଶ୍ର ଉପସଭାପତି, ଧର୍ମେନ୍ଦ୍ର ନାଥ ମିଶ୍ର ସହ ସଂପାଦକ ନିର୍ବାଚିତ ହୋଇଛନ୍ତି। ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମିଶ୍ର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିଲେ। ବରିଷ୍ଠ ଆଇନଜୀବୀ ଭୂପେଶ ଚନ୍ଦ୍ର ପ୍ରଧାନ, ସନ୍ତୋଷ କୁମାର ନାୟକ, ଅଶୋକ କୁମାର୍ ପଟ୍ଟନାୟକ, ସୁମନ୍ତ କୁମାର ବିଶ୍ବାଳ ପ୍ରମୁଖ ନିର୍ବାଚନ ପରିଚାଳନା କରିଥିଲେ। ସକାଳ ୮ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ, ପରେ ଗଣତି ହେଇ ଫଳାଫଳ ଘୋଷଣା କରାଯାଇଥିଲା।