ମୁଖ୍ୟ ଖବର

ଅନୁଗୁଳ କ୍ୟାରିୟର ଏକ୍ସପ୍ରେସ୍‌ ଦ୍ବାରା ଆଉ ଏକ ପ୍ରୟାସ

By Angul TV Bureau

November 18, 2020

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଆଇଟିଆଇ ଏବ˚ ଡିପ୍ଲୋମା ଛାତ୍ରଛାତ୍ରୀଙ୍କୁ ବୈଷୟିକ ଜ୍ଞାନର ଉପଯୋଗ ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନମାନଙ୍କରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ ଦିଗରେ ମାର୍ଗ ଦର୍ଶନ ଦିଆଯିବ।ନାଲ୍‌କୋ ଦ୍ବାରା ପ୍ରତିଭାବାନ୍‌ ବ୍ୟକ୍ତିଙ୍କ ସହ ଭାବ ବିନିମୟର ସୁଯୋଗ ସୃଷ୍ଟି କରାଯାଉଛି। ଆସନ୍ତା ୧୯ ତାରିଖ ଅପରାହ୍ଣ ୩ଟାରୁ ୪ଟା ପର୍ଯ୍ୟନ୍ତ ଅନୁଗୁଳ କ୍ୟାରିଅର ଏକ୍ସପ୍ରେସ (ଏସିଇ) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଛାତ୍ରଛାତ୍ରୀମାନେ କିପରି ନିଜେ ରୋଜଗାରକ୍ଷମ ହୋଇ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିବେ ଏସିଇ ପ୍ରୟାସ ଚଳାଇଛି। ଏହି କାର୍ଯ୍ୟକ୍ରମ ନିମନ୍ତେ ଛାତ୍ରଛାତ୍ରୀମାନେ ତାଙ୍କ ଅନୁଷ୍ଠାନରୁ ସବିଶେଷ ବିବରଣୀ ପାଇପାରିବେ।