ଅନ୍ୟାନ୍ୟ

ଅନୁଗୁଳ ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକ ଉତ୍ସବ

By Angul TV Bureau

December 13, 2020

ଅନୁଗୁଳ: ଅମଲାପଡାଠାରେ ଅନୁଗୁଳ ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ବୈରାଗୀ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହକୁ ଅନୁଗୁଳ ସରକାରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ଉଦଘାଟନ କରିଥିଲେ। କରୋନା କାଳରେ ସମଗ୍ର ପୃଥିବୀ ସନ୍ତ୍ରସ୍ତ ଥିବା ବେଳେ ସାହିତ୍ୟ ହିଁ ବଞ୍ଚିବାକୁ ଅଜସ୍ର ପ୍ରେରଣା ଦେଇଛି ବୋଲି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ସଭାପତି ପ୍ରଦୀପ ଦାଶ, ସନତ ନାୟକ, ରମେଶ ବାରିକ, ବିସ୍ମିତାରାଣୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସମାରୋହରେ କବି ଅୟସକାନ୍ତ, ଶିଳ୍ପୀ ପ୍ରହ୍ଲାଦ ବେହେରା, ରବୀନ୍ଦ୍ର ଆଚାର୍ଯ୍ୟଙ୍କ ସମେତ ଅନେକ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଧୀରେନ ମିଶ୍ରଙ୍କ କବିତା ପୁସ୍ତକ ‘ରଜ ଦୋଳି ଗୀତ’ ଉନ୍ମୋଚିତ ହୋଇଥିଲା।