ଅନ୍ୟାନ୍ୟ

ଅଭୟାରଣ୍ୟ ଭିତରୁ ଜନବସତି ହଟିବ

By Angul TV Bureau

December 12, 2020

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ଭିତରେ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ଜନବସତି ବା ଗାଁ’ଗୁଡ଼ିକୁ ଧୀରେ ଧୀରେ ହଟାଇବାକୁ ଉଦ୍ୟମ କରୁଛି ବନ ବିଭାଗ। ପ୍ରଥମତଃ ଏହି ଅଞ୍ଚଳରେ ଗାଁ ଗୁଡିକର ବିକାଶ ସମ୍ଭବ ହୋଇପାରୁନାହିଁ। ଜଙ୍ଗଲ ଆଇନ ଏଥିରେ ବାଧକ ସାଜୁଛି। ଏଣେ ଲୋକେ ବାରମ୍ବାର ଦାବି କରୁଛନ୍ତି, ରାଜରାସ୍ତାକୁ ଓହ୍ଲାଉଛନ୍ତି। ଏହି ପରିପ୍ରେକ୍ଷୀର ଅସନବାହାଳ ଗାଁକୁ ଅନ୍ୟତ୍ର ଉଠାଇବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ଏକ ପଲ୍ଲୀସଭା ଡକା ଯାଇଥିଲା। ବିସ୍ଥାପନ ପରେ ସେମାନଙ୍କୁ କି କି ସୁବିଧା ମିଳିବ, ସେଥିନେଇ ଅସନବାହାଳ ଗ୍ରାମବାସୀ ବିସ୍ଥାପନ ପାଇଁ ରାଜି ହୋଇଛନ୍ତି। ଏହି ପ୍ରକ୍ର୍ରିୟା ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ନିକଟସ୍ଥ ରୋଡାସିଙ୍ଗା ଗାଁ ନିକଟରେ ଜମି ଅଧିଗ୍ରହଣ କରାଯାଇ ସେମାନଙ୍କୁ ଥଇଥାନ କରାଯିବାର ଯୋଜନା ରହିଛି।