ମୁଖ୍ୟ ଖବର

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ

By Angul TV Bureau

November 05, 2020

ଅନୁଗୁଳ: ଅନୁଗୁଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ବଇଣ୍ଡା ସେକ୍ସନ କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ସରକାରୀ ବାସଭବନ, କଟକ ଜିଲ୍ଲା ନିଆଳିଠାରେ ଥିବା ନିଜ ଘର ଏବ˚ ସ˚ପର୍କୀୟଙ୍କ ଘର ସମେତ ୫ ଟି ସ୍ଥାନରେ ବୁଧବାର ଏକକାଳୀନ ଚଢ଼ଉ କରିଥିଲା ଭିଜିଲାନ୍ସ ବିଭାଗ। ଆୟ ବହିର୍ଭୁତ ସ˚ପତ୍ତି ଠୁଳ କରିବା ଅଭିଯୋଗରେ ଏହି ଚଢ଼ଉ ହୋଇଥିଲା। ମୋଟ ଏକ କୋଟି ୮୯ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ବିଭାଗ। ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ଏକ ଚାରି ମହଲା କୋଠା, ସାତ ସାତଟା ପ୍ଲଟ, କାର, ଦୁଇଟି ମଟର ସାଇକେଲ, ୨୩ ଲକ୍ଷ ଟଙ୍କାର ବୀମା, ଜମା ଆଦି ତାଙ୍କ ନାମରେ ରହିଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ବିଭାଗ ସୂତ୍ରରୁ ଜଣାପଡିଛି।