ମୁଖ୍ୟ ଖବର

ଏନଟିପିସି ଦୀପଶିଖା ସବ୍‌ପୋଷ୍ଟମାଷ୍ଟର୍‌ଙ୍କୁ ବିଦାୟ ସମ୍ବର୍ଦ୍ଧନା

By Angul TV Bureau

September 04, 2021

ଅନୁଗୁଳ(Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ଏନଟିପିସି ଦୀପଶିଖା ସବ୍‌ପୋଷ୍ଟମାଷ୍ଟର ସୁପ୍ରିମା ପ୍ରଧାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏ ଉପଲକ୍ଷେ ଆୟୋଜିତ ସଭାରେ ଜିଡ଼ିଏସ୍ ଏମଡ଼ି ପ୍ରଶାନ୍ତ ଧର ଅଧ୍ୟକ୍ଷତା କରିଥିଲେ। ଶ୍ରୀମତୀ ପ୍ରଧାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଯୋଗ ଦେଇଥିବା ମାନସ ରାଉତଙ୍କୁ ସ୍ବାଗତ କରାଯାଇଥିଲା। ଶ୍ରୀ ରାଉତ ଦୀପଶିଖା ସବ୍‌ପୋଷ୍ଟମାଷ୍ଟର ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ସେ ପୂର୍ବରୁ ବଲଣ୍ଡା ପୋଷ୍ଟ ଅଫିସରେ କାର୍ଯ୍ୟରତ ଥିଲେ । ସେହିପରି ପ୍ରଧାନଙ୍କ ଏନଏସ୍ ନଗର ଭରତପୁରକୁ ବଦଳି ହୋଇଛି। କାର୍ଯ୍ୟକ୍ରମରେ ଗଦାଶିଳା ଶାଖା ପୋଷ୍ଟମାଷ୍ଟର ସ୍ମୃତିରଂଜନ ପ୍ରଧାନ, ଡେରେଙ୍ଗ ପ୍ରାକ୍ତନ ଶାଖା ପୋଷ୍ଟମାଷ୍ଟର ନିଶାମଣି ବେହେରା, ଜିଡ଼ିଏସ୍ ପ୍ୟାକ୍‌ର ନିରଞ୍ଜନ ମହାନ୍ତି, ମଙ୍ଗଳୁ ନାଏକ, ଜିଡ଼ିଏସ୍ ଏମଡ଼ି ନାରାୟଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।