ମୁଖ୍ୟ ଖବର

ଏନ୍‌ଜିଟିର ଛାଟ

By Angul TV Bureau

December 12, 2020

ଅନୁଗୁଳ: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହିଥିବା ପରିତ୍ୟକ୍ତ ପୋଖରୀ ଓ ଜଳାଶୟଗୁଡ଼ିକୁ ପୁନରୁଦ୍ଧାର କରିବାକୁ ଏନ୍‌ଜିଟି ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପାରିପାର୍ଶ୍ବିକ ଅଞ୍ଚଳର ସୌନ୍ଦର୍ଯ୍ୟ ବର୍ଦ୍ଧନ, ପରିବେଶର ସୁରକ୍ଷା ସାଙ୍ଗକୁ ପୋଖରୀଗୁଡ଼ିକର ଜଳଧାରଣ କ୍ଷମତା ବଢ଼ିଲେ ଏହା ଭୂତଳ ଜଳ ବୃଦ୍ଧିରେ ସହାୟକ ହେବ। ଆମ ଜିଲ୍ଲାରେ ଏଭଳି ବହୁ ଜଳାଶୟ ପରିତ୍ୟକ୍ତ ଅବସ୍ଥାରେ ଏବ˚ ଅସ୍ବାସ୍ଥ୍ୟକର ପରିବେଶରେ ପଡ଼ିରହିଛି। ଏପରିକି ଗାଈଗୋରୁଙ୍କ ପାନୀୟ ଜଳ ରୂପେ ବ୍ୟବହାର ଯୋଗ୍ୟ ହୋଇପାରୁନାହିଁ। ଏନ୍‌ଜିଟିର ଛାଟ ପରେ ଜିଲ୍ଲାର ପୋଖରୀଗୁଡ଼ିକର ଅବସ୍ଥା ସୁଧୁରିବ ବୋଲି ଆଶା କରାଯାଉଛି।