ମୁଖ୍ୟ ଖବର

୮ ବ୍ୟବସାୟୀ, ୩ ହୋଟେଲ୍ କର୍ମଚାରୀଙ୍କୁ କରୋନା

By Angul TV Bureau

October 20, 2020

ଅନୁଗୁଳ: ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୀତଳ ପ୍ଲାଜା ମାର୍କେଟ କମ୍ପ୍ଲେକ୍ସକୁ ୭ ଦିନ ପାଇଁ ସିଲ୍ କରା ଯାଇଛି।ଏହି କମ୍ପ୍ଲେକ୍ସ ରେ ଗୋଦାମ ଓ ଦୋକାନ ମିଶାଇ ୧୦୦ ଟି ଘର ରହିଛି ।

ନିୟମିତ କୋଭିଡ୍ ପରୀକ୍ଷା ବେଳେ ଏଠାରୁ ୮ ଜଣ ବ୍ୟବସାୟୀ ଓ କର୍ମଚାରୀ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏହାଛଡା ଏହି ମାର୍କେଟ କମ୍ପ୍ଲେକ୍ସରେ ବି ସବୁବେଳେ ଗ୍ରାହକଙ୍କ ଭିଡ ରହିବା ସହ ଏଠାରେ କୋଭିଡ୍ କଟକଣା ବାଟବଣା ହେଇଥିଲା। ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ବାସୁଦେବ ଶତପଥୀଙ୍କ ଉପସ୍ଥିତିରେ ଚଳିତ ମାସ ୨୬ ତାରିଖ ପର୍ଯ୍ୟନ୍ତ ଏହାକୁ ସିଲ୍ କରାଯାଇଥିଲା।

ସେହିପରି ନିକଟରେ ଥିବା ଶକ୍ତି ଇଣ୍ଟରନ୍ୟାସନାଲ ହୋଟେଲର ତିନି ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବାରୁ ସପ୍ତାହକ ପାଇଁ ହୋଟେଲ୍ ସିଲ୍ କରାଯାଇଥିବା ଜଣାପଡିଛି।