ମୁଖ୍ୟ ଖବର

ଖୋଲା ବଜାରରେ ରାସନ ସାମଗ୍ରୀ ଦର ବେଲଗାମ୍‌

By Angul TV Bureau

November 20, 2020

ଅନୁଗୁଳ: ଗତ କିଛି ଦିନ ଧରି ଅନୁଗୁଳ ବଜାରରେ ରାସନ ସାମଗ୍ରୀ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଦରଦାମ୍‌ ରୋକିବାକୁ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ବିକ୍ରୟ ଦର ନିର୍ଦ୍ଧାରିତ କରାଯାଇଛି। ଖୁଚୁରା ବେପାରୀ କିନ୍ତୁ ଏହାକୁ ମାନୁନାହାନ୍ତି। ଏଭଳି କ୍ଷେତ୍ରରେ ଖାଉଟି ଶୋଷଣର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଶ୍ରମଜୀବି ଏବ˚ ସ୍ବଳ୍ପ ରୋଜଗାରକ୍ଷମ ବ୍ୟକ୍ତିଙ୍କ ପାଇଁ ୨ ଓଳି ପେଟପୂରା ଖାଇବା କାଠିକର ପାଠ ହେଲାଣି। ଖଦଡ଼ ଚାଉଳ ୨୬ ଟଙ୍କା ଜାଗାରେ ୩୦ ଟଙ୍କା, ହରଡ଼ ଡାଲି ୧୦୫ ଟଙ୍କା ଜାଗାରେ ୧୧୦ ଟଙ୍କାରୁ ୧୨୦ ଟଙ୍କା, ମୁଗଡାଲି ୧୦୦ ଟଙ୍କା ଜାଗାରେ ୧୧୦ ଟଙ୍କା, ଅଟା ୨୬ ଟଙ୍କା ଜାଗାରେ ୨୭ରୁ ୩୦ ଟଙ୍କା, ରୁଚି ଗୋଲ୍‌ଡ ଲିଟର ୧୦୦ ଟଙ୍କା ଜାଗାରେ ୧୦୫, ଫ୍ରିଡମ୍‌ ୧୧୮ ଟଙ୍କା ଜାଗାରେ ୧୨୦ ଟଙ୍କା, ସ୍ବୀକାର ୧୧୫ ଟଙ୍କା ଜାଗାରେ ୧୨୦ ଟଙ୍କା, ଡବଲ ହରିଣ ସୋରିଷ ଦେଲ ୧୪୦ ଟଙ୍କା ଜାଗାରେ ୧୫୦ ଟଙ୍କାରେ ବିକ୍ରୟ କରାଯାଉଛି। ପରିବା ଦର ଆକାଶଛୁଆଁ ଥିବାବେଳେ ରାସନ ସାମଗ୍ରୀ ଦର ବଢ଼ିବା ଖାଉଟିଙ୍କ ପାଇଁ ମୁଣ୍ତବ୍ୟଥା ହୋଇଛି ।ସରକାରଙ୍କ ନିର୍ଦ୍ଧାରିତ ଦରଦାମ୍‌କୁ ଅନେକ ଦୋକାନୀ ମାନୁନଥିବା ଅଭିଯୋଗ ହେଉଛି।