କଳା ଓ ସଂସ୍କୃତି

ଗାନ୍ଧି ମଣ୍ତପର ନିର୍ମାଣ କାର୍ଯ୍ୟ ଆରମ୍ଭ

By Angul TV Bureau

November 08, 2020

ଅନୁଗୁଳ: ଅନୁଗୁଳ ସହରର ବିଭିନ୍ନ ଛକ, ବଜାର ଓ ପାର୍କଗୁଡ଼ିକରେ ରାଜ୍ୟ ତଥା ଦେଶର ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ରହିଛି। ସେଗୁଡ଼ିକ ପୌରପାଳିକା ପକ୍ଷରୁ ରକ୍ଷଣାବେକ୍ଷଣ କରାଯାଏ। କିନ୍ତୁ ଅବହେଳା କାରଣରୁ ଅନେକ ଜାଗାରେ ପ୍ରତିମୂର୍ତ୍ତି ଗୁଡ଼ିକ ବିକୃତ ହେବାକୁ ବସିଲାଣି। ପାରିପାର୍ଶ୍ବିକ ପରିବେଶ ବି ଦୃଷ୍ଟିକଟୁ ହେଉଛି। କେଉଁଠି ମଦବୋତଲ ପଡୁଥିବା ଅଭିଯୋଗ ହେଉଛି। ଏଭଳି ସ୍ଥଳରେ ଅନୁଗୁଳ ଜିଲ୍ଲାପାଳ ଗାନ୍ଧି ଜୟନ୍ତୀ ଅବସରରେ ଶିମିଳିପଡ଼ା ପାଞ୍ଚଛକିଆସ୍ଥିତ ଗାନ୍ଧି ପ୍ରତିମୂର୍ତ୍ତି ସ୍ଥାନ ବୁଲି ଦେଖିଥିଲେ। ଅନୁଗୁଳର ଏହା ଏକ ସୁନ୍ଦର କୀର୍ତ୍ତି ହୋଇଥିଲେ ମଧ୍ଯ ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଉପରେ ଛାମୁଣ୍ତିଆ ନଥିବାରୁ ବର୍ଷାଖରାରେ ପ୍ରତିମୂର୍ତ୍ତିଟି ନଷ୍ଟ ହେଉଥିବା ଦେଖିଥିଲେ। ଏଣୁ ମଣ୍ତପର ପ୍ରତିମୂର୍ତ୍ତି ଉପରେ ଏକ ଛାତ ପକାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏବେ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।