ଘଟଣା ଓ ଦୁର୍ଘଟଣା

ଛିଣ୍ଡିଲା ବିଦ୍ୟୁତ୍ ତାର

By Angul TV Bureau

March 01, 2021

ଅନୁଗୁଳ: ବଅଁରପାଳ ବ୍ଲକ୍ ଗଡ଼ବୁଢ଼ାପଙ୍କ ଗାଁରେ ରବିବାର ଦିନ ୧୨ଟା ବେଳେ ଏକ ବିଦ୍ୟୁତ୍ ତାର ଆପେ ଜଳି ଛିଣ୍ଡି ଯାଇଥିଲା। ଫଳରେ ଗ୍ରାମବାସୀଙ୍କ ବିଦ୍ୟୁତ୍ ଉପକରଣ ପୋଡ଼ିଯାଇଥିଲା। ତାର ଛିଣ୍ଡିବା ପରେ ସେଠାରୁ ଶହେ ମିଟର ଦୂରରେ ଥିବା ସ୍କୁଲ୍‌ରେ ସ୍ପାର୍କ ହୋଇଥିଲା। ଛାତ୍ରଛାତ୍ରୀ ଭୟରେ ବାହାରକୁ ଦୌଡ଼ି ଆସିଥିଲେ। ଦୁଇ ଛାତ୍ରୀ କିଛି ସମୟ ଚେତା ହରାଇପଡ଼ିଥିଲେ। ସେମାନଙ୍କ ଚେତା ଫେରିବା ପରେ ପାଠପଢ଼ା ସ୍ବାଭାବିକ ହୋଇଥିଲା।

ଏହି ଅଘଟଣରେ ଗାଁର ପ୍ରଭାତ ମହାନ୍ତି, ମନୋଜ ଜେନା, ସୁରେନ୍ଦ୍ର ଜେନା, ଗୁଣନିଧି ମାଝି, ଜମ୍ବେଶ୍ବର ମହାନ୍ତି, ପ୍ରଶ୍ନ ମହାନ୍ତି, ରଞ୍ଜିତ ମାଝି, ଉଦ୍ଧବ ମାଝି, ଅଭିରାମ ମାଝି, ଅଜୟ ସାମଲ , ପ୍ରଦୀପ ସିଂହ ଘରେ ବିଦ୍ୟୁତ ଉପକରଣ ପୋଡ଼ି ନଷ୍ଟ ହୋଇଯାଇଛି। ଜୟନ୍ତ ସାମଲଙ୍କ ବଗିଚାରେ ପାଣି ପାଇପ୍ ଓ ଫସଲ ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଓପିଟିସିଏଲ୍‌ ପକ୍ଷରୁ କବି ପଟ୍ଟନାୟକ ଓ ଟାଟା ପାୱାର କର୍ମଚାରୀ ପହଞ୍ଚି ଦୁର୍ଘଟଣାକୁନେଇ ପରସ୍ପର ଉପରକୁ ଦୋଷ ଦେଇଥିଲେ।