ଅନ୍ୟାନ୍ୟ

ଛେଣ୍ଡିପଦା ବନାଞ୍ଚଳରେ ପୁଣି ଗଞ୍ଜେଇ ଚାଷ

By Angul TV Bureau

December 04, 2020

ଅନୁଗୁଳ: ଛେଣ୍ଡିପଦା ବନାଞ୍ଚଳରେ ପୁଣି ମାତିଲେଣି ଗଞ୍ଜେଇ ଚାଷୀ। ଗୁରୁବାର ନୂଆଗାଁ ପଂଚାୟତ ଡଙ୍ଗାପାଳ ଭାଲିଆସର ଜଙ୍ଗଲରେ ଅବକାରୀ, ପୁଲିସ୍ ଓ ବନ ବିଭାଗ ମିଳିତ ଚଢ଼ଉ କରି ପ୍ରାୟ ଦୁଇ ଏକର ଚାଷ ନଷ୍ଟ କରିଛନ୍ତି। ୪ ହଜାର ଗଞ୍ଜେଇ ଗଛ କାଟି ପୋଡ଼ି ଦିଆଯାଇଛି। ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନାହିଁ। ତେବେ ତଦନ୍ତ କରି ଗଞ୍ଜେଇ ଚାଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାୁନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ବିଭାଗ ଦୃଢୋକ୍ତି ପ୍ରକାଶ କରିଛି।ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକ, ମୋବାଇଲ୍ ଇନ୍ସପେକ୍ଟର କରୁଣା ଶଙ୍କର ତିୱାରୀ, ଡେପୁଟୀ ରେଞ୍ଜର ପ୍ରତାପ ଚନ୍ଦ୍ର ରାଉଳ, ବାଗେଡ଼ିଆ ଫାଣ୍ଡିଅଧିକାରୀ ଅବଦୁଲ ୱାଶିମ ଖାନ ପ୍ରମୁଖ ଚଢଉରେ ଯୋଗ ଦେଇଥିଲେ।