ମୁଖ୍ୟ ଖବର

ଜବରଦଖଲ ମୁକ୍ତ ହେଲା ରାଜପଥ ପାର୍ଶ୍ବ

By Angul TV Bureau

November 03, 2020

ଅନୁଗୁଳ: ଅନୁଗୁଳ ପ୍ରଶାସନର ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଥାନା ଛକ ଠାରୁ ବୁଢ଼ୀ ଠାକୁରାଣୀ ଛକ ଯାଏଁ ୫୫ ନମ୍ବର ଜାତୀୟ ରାଜପଥ ଉଭୟ ପାର୍ଶ୍ଵ ଦଖଲ ମୁକ୍ତ କରାଯାଇଛି। ମେସିନ ଲଗାଇ ଜବରଦଖଲ ଉଚ୍ଛେଦ କରିଛି ପୌର ପ୍ରଶାସନ। ଏହି ରାସ୍ତାରେ ସଭାଘର, ଗାନ୍ଧୀ ଓ ଗୋପବନ୍ଧୁ ପାର୍କ, ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ, ବୁଢ଼ୀ ଠାକୁରାଣୀ ମନ୍ଦିର ଆଦି ଥିବାରୁ ଏହି ଅ˚ଚଳର ସୌନ୍ଦର୍ଯ୍ୟକରଣ ପାଇଁ ଉଚ୍ଛେଦ ଆବଶ୍ୟକ ଥିଲା ବୋଲି ପୌର ପ୍ରଶାସନ କହିଛି। ନୂତନ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅନୁଗୁଳ ସହର ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ଉନ୍ନତ ପରିମଳ ବ୍ୟବସ୍ଥା, ବୃକ୍ଷରୋପଣ, ବିଭିନ୍ନ ଫଳକ ସ୍ଥାପନ ଉପରେ ଗୁରୁତ୍ବ ଦେଉଛନ୍ତି। ଗତ ରବିବାର ଜିଲ୍ଲାପାଳ ସହର ବୁଲି ସୌନ୍ଦର୍ଯ୍ୟକରଣ ଭିତ୍ତିଭୂମି ଦେଖିଥିଲେ।