ମୁଖ୍ୟ ଖବର

ଜାନୁଆରୀରୁ ଖୋଲିବ ସ୍କୁଲ୍!

By Angul TV Bureau

December 10, 2020

ଅନୁଗୁଳ: ଆସନ୍ତା ଜାନୁଆରୀ ମାସରେ ରାଜ୍ୟରେ ଖୋଲିପାରେ ସ୍କୁଲ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେ କହିଛନ୍ତି, ବର୍ତ୍ତମାନ ପରିସ୍ଥିତି ଯାହା ଡିସେମ୍ବରରେ ସ୍କୁଲ ଖୋଲିବା ସମ୍ଭବ ନୁହେଁ । ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ପ୍ରାଥମିକତା ଦିଆଯିବ । ଛୁଟି ଦିନରେ ବି କ୍ଲାସ ହେବ । କେବଳ ପର୍ବପର୍ବାଣୀରେ ସ୍କୁଲ ବନ୍ଦ ରହିବ । କ୍ଲାସରେ ପାଠପଢ଼ା ପରେ ପରୀକ୍ଷା ନେଇ ଚିନ୍ତା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଥରକୁ ଥର ସରକାର ମତ ବଦଳାଉଥିବାରୁ ନିର୍ଦ୍ଦିଷ୍ଟ ଭାବରେ କେବେ ସ୍କୁଲ ଖୋଲିବ ଓ ପରୀକ୍ଷା ହେବ ସେନେଇ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।