ମୁଖ୍ୟ ଖବର

ଜାନୁଆରୀରେ ଏଡିସିଏ ନିର୍ବାଚନ!

By Angul TV Bureau

December 05, 2020

ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରିକେଟ୍‌ ଆସୋସିଏସନ୍‌ (ଏଡିସିଏ)ର କର୍ମକର୍ତ୍ତା ନିର୍ବାଚନ ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରେ ହେବ। ଆସୋସିଏସନର ୫ ଜଣିଆ କାର୍ଯ୍ୟକାରୀ କମିଟି ଚୟନ ନିମନ୍ତେ ଜାନୁଆରୀ ୩ ତାରିଖରେ ନିର୍ବାଚନ କରାଇବାକୁ ଆପାତତଃ ସ୍ଥିର ହୋଇଛି। ଆସୋସିଏସନ କାର୍ଯ୍ୟାଳୟରେ ଗତ ୨୬ ତାରିଖର ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ୩୦ ଜଣିଆ ସଦସ୍ୟ ବିଶିଷ୍ଟ ଅନୁଗୁଳ ଜିଲ୍ଲା କ୍ରିକେଟ୍‌ ଆସୋସିଏସନ୍‌ କର୍ମକର୍ତ୍ତା ନିର୍ବାଚନ ପାଇଁ ଏଥି ସହିତ ଉଷ୍ମତା ଦେଖାଦେଲାଣି। ଗତ ନିର୍ବାଚନରେ ଅକ୍ଷୟ କୁମାର ସାମନ୍ତ, ପ୍ରଶାନ୍ତ କୁମାର ସିହ୍ନା ଏବ˚ ଅକ୍ଷୟ କୁମାର ଦାସ ଯଥାକ୍ରମେ ସଭାପତି, ସ˚ପାଦକ ଓ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ତେବେ ସ˚ଘର ପାଣ୍ଠି ପରିଚାଳନା, ଖେଳ ସିଜିନ୍‌ରେ ଖେଳ ପରିଚାଳନା, କଦମ ପଡ଼ିଆର ଉନ୍ନତିକରଣ ଏବ˚ ଅନ୍ୟାନ୍ୟ ମାମଲାରେ ଅନେକ ସଦସ୍ୟ ଅସୁଖୀ ରହିଛନ୍ତି। ଏଥିନେଇ ସମସ୍ତେ ମଉକା ଅପେକ୍ଷାରେ ଅଛନ୍ତି। ଏଣୁ ଏଥର ନିର୍ବାଚନ ରୋଚକପୂର୍ଣ୍ଣ ହେବାର ସମ୍ଭାବନା ରହିଛି।