ସ୍ୱତନ୍ତ୍ର

ଜିଲ୍ଲାରେ କପା ଚାଷୀ ହତାଶ

By Angul TV Bureau

November 11, 2020

ଅନୁଗୁଳ: ଓଡ଼ିଶା କପା ଉତ୍ପାଦନରେ ଏକ ଅଗ୍ରଣୀ ରାଜ୍ୟ। ଅନୁଗୁଳ ସମେତ ୧୨ଟି ଜିଲ୍ଲାରେ ୧୦ କୋଟି କେଜି ତୁଳା ବର୍ଷକୁ ଉତ୍ପାଦିତ ହୁଏ। କିନ୍ତୁ ଶିଳ୍ପ ସମୃଦ୍ଧ ଏ ଜିଲ୍ଲାରେ ଟେକ୍ସଟାଇଲ୍‌ ଶିଳ୍ପକୁ ପ୍ରୋତ୍ସାହନ ନାହିଁ କି ଚାଷୀଙ୍କ ପାଇଁ କିଛି ସୁବିଧା ନାହିଁ। ଟେକ୍ସଟାଇଲ୍‌ ଶିଳ୍ପ ଅଭାବରୁ କପା ସବୁ ଅନ୍ୟ ରାଜ୍ୟକୁ ଶସ୍ତାରେ ବିକି ଦେବାକୁ ଚାଷୀ ବାଧ୍ୟ ହେଉଛନ୍ତି। ରାଜ୍ୟର ୧,୨୨,୩୩୫ ବୁଣାକାର ପରିବାର ଏଥିନେଇ ଦୁଃଖରେ ଅଛନ୍ତି। ୯୫ କୋଟି ଟଙ୍କାର ସେମାନେ ବାର୍ଷିକ କାରବାର କରୁଥିବା ଜଣାପଡ଼ିଛି। ଓଡ଼ିଶାର ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ତି, ଗଞ୍ଜାମ ଆଦି ଜିଲ୍ଲାରେ କପା ଚାଷ ବହୁ ପରିମାଣରେ ହୋଇଥାଏ। ଜିଲ୍ଲା ପ୍ରଶାସନ ଏବ˚ ରାଜ୍ୟ ସରକାର ଚାହିଁଲେ ଅନୁଗୁଳରେ ମଧ୍ଯ କଟନ ମିଲ୍‌ ସ୍ଥାପନ ସହ ଚାଷୀଙ୍କୁ ସହାୟତା କରାଗଲେ କପା ଶିଳ୍ପ ସମୃଦ୍ଧ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।