ମୁଖ୍ୟ ଖବର

ଜିଲ୍ଲାରେ କରୋନା ସ˚କ୍ରମଣ ସାମାନ୍ୟ ହ୍ରାସ

By Angul TV Bureau

October 27, 2020

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନାର ସ˚କ୍ରମଣ ସାମାନ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି। ଗତ କିଛି ସପ୍ତାହ ଧରି କରୋନା ସ˚କ୍ରମଣ ୧୫୦ରୁ ୨୦୦ ପର୍ଯ୍ୟନ୍ତ ବଢ଼ିଥିବା ବେଳେ ଗତ ୩ ଦିନରେ ଏହାର ସ˚କ୍ରମଣ ସାମାନ୍ୟ ହ୍ରାସ ଦେଖାଦେଇଛି। ଗତ ୨୪ ତାରିଖରେ ୧୨୯ ଜଣ, ୨୫ ତାରିଖରେ ୧୨୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨୬ ତାରିଖରେ ୮୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ତାରିଖରେ ୧୨୯ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ୨୫ ତାରିଖରେ ୧୦୮ ଜଣ ଏବ˚ ୨୬ ତାରିଖ ଦିନ ୧୯୧ ଜଣ ସୁସ୍ଥ ହୋଇଛନ୍ତି। ଜନସଚେତନତା ବଢ଼ିଲେ କରୋାନା ମୁକାବିଲା ଅଧିକ ଫଳପ୍ରଦ ହୋଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।