ଅନ୍ୟାନ୍ୟ

ଝାରସୁଗୁଡ଼ା ଯୁବ ବିଜେଡ଼ି ପର୍ଯ୍ୟବେକ୍ଷକ ହେଲେ ସୁଜିତ୍

By Angul TV Bureau

November 21, 2020

ଅନୁଗୁଳ: ଅନୁଗୁଳର ଯୁବ ନେତା ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ସୁଜିତ ପ୍ରସାଦ ଦ୍ଵିବେଦୀଙ୍କୁ ଝାରସୁଗୁଡ଼ା ସାଙ୍ଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ଵ ମିଳିଛି। ଏଥିଲାଗି ସୁଜିତ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅନୁଗୁଳ ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂହ, ବିଜୁ ଯୁବ ରାଜ୍ୟ ସଭାପତି ବ୍ୟୋମକେଶ ରାୟ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଏବଂ ସାଂସଦଙ୍କୁ କୃତଜ୍ଞତା ଜଣାଇଛନ୍ତି l