ଘଟଣା ଓ ଦୁର୍ଘଟଣା

ଟ୍ରେନ ଧକ୍କାରେ ମହିଳା ମୃତ୍ୟୁ

By Angul TV Bureau

November 25, 2020

ଅନୁଗୁଳ: ବୁଧବାର ସକାଳ ସମୟରେ ନାଲକୋ ଥାନା ବଳରାମ ପ୍ରସାଦଠାରେ ଟ୍ରେନ ଲାଇନରେ କଟି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ହେଉଛନ୍ତି ଟିକନ ରାଉତଙ୍କ ସ୍ତ୍ରୀ ଗୀତାଞ୍ଜଳି ରାଉତ। ମହିଳା ଜଣକ କେଉଁ ପରିସ୍ଥିତିରେ ଟ୍ରେନ୍ ଲାଇନକୁ ଆସିଲେ, ଏଵଂ ଟ୍ରେନରେ କଟି ମୃତ୍ୟୁ ମୁଖରେ ପଡ଼ିଲେ ତଦନ୍ତ ଚଳାଇଛି। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜିଲ୍ଲା ପରିଷଦ ସଦସ୍ୟା ମଞ୍ଜୁଲତା ସାହୁ ଘଟଣାସ୍ଥଳରେ ପହଞ୍ଚି ମୃତ ମହିଳାଙ୍କ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି ।