ମୁଖ୍ୟ ଖବର

ଥରହର କଲାଣି ଶୀତ

By Angul TV Bureau

November 24, 2020

ଅନୁଗୁଳ: ଶୀତରେ ଥରିଲାଣି ପାଖାପାଖି ଅଧା ଓଡ଼ିଶା। ଖସୁଚି ପାରଦ। ବଢୁଛି ଜାଡ଼। ରାଜ୍ୟରେ ୧୨ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ତଳକୁ ଖସିଛି ।

ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ବଢିଛି ଥଣ୍ଡା । ସେଠାରେ ସର୍ବନିମ୍ନ ୯ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ୧୧.୦, ସୋନପୁରରେ ୧୧.୪, ଅନୁଗୁଳରେ ୧୧.୬, ବାରିପଦାରେ ୧୨.୦, କେନ୍ଦୁଝରରେ ୧୨.୪ ଡିଗ୍ରୀ ସେଲସିୟସକୁ ଖସିଛି ତାପମାତ୍ରା ।ତାଳଚେରରେ ୧୨.୫, ଭବାନୀପାଟଣାରେ ୧୩.୬, ଝାରସୁଗୁଡ଼ାରେ ୧୩.୮, କୋରାପୁଟରେ ୧୪.୦, କଟକରେ ୧୪.୫ ଓ ଚାନ୍ଦବାଲିରେ ତାପମାତ୍ରା ରେକର୍ଡ ହୋଇଛି ୧୪.୮ଡିଗ୍ରୀ ସେଲସିୟସ୍। ଭୁବନେଶ୍ୱରରେ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସକୁ ଖସିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ସକାଳୁ ଘନ କୁହୁଡ଼ି ପଡିଥିବାର ଦେଖାଯାଇଛି।