ମୁଖ୍ୟ ଖବର

ଦୁର୍ଘଟଣାରେ ପୂର୍ବତନ ମନ୍ତ୍ରୀ ଅମର ପ୍ରଧାନଙ୍କ ପୁତ୍ର ଅଙ୍କୁରଙ୍କ ଅକାଳ ମୃତ୍ୟୁ

By Angul TV Bureau

October 17, 2020

ଅନୁଗୁଳ: ରାଜ୍ୟର ପୂର୍ବତନ ମନ୍ତ୍ରୀ, ସମ୍ବଲପୁରର ପ୍ରାକ୍ତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଅମରନାଥ ପ୍ରଧାନଙ୍କ ପୁତ୍ର ଦେବବ୍ରତ ପ୍ରଧାନ(ଅଂକୁର ) ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି l

କଟକଠାରେ ତାଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଅନୁଗୁଳରେ ଶୋକ ଖେଳିଯାଇଛି। ବିଭିନ୍ନ ମହଲରୁ ଶୋକସନ୍ତପ୍ତ ପରିବାର ବର୍ଗ ପ୍ରତି ସମବେଦନା ଜ୍ଞାପନ କରାଯାଇଛି। ସୂଚନାଯୋଗ୍ୟ, କିଛି ବର୍ଷ ତଳେ ଅମରନାଥଙ୍କ ଧର୍ମପତ୍ନୀ ମୌସୁମୀ ପ୍ରଧାନଙ୍କର ମଧ୍ୟ ସଡକ ଦୁର୍ଘଟଣାରେ ପ୍ରାଣହାନି ଘଟିଥିଲା। ଶ୍ରୀମତୀ ପ୍ରଧାନ ଆଠମଲ୍ଲିକରୁ ଗାଡ଼ିରେ ଅନୁଗୁଳ ଫେରିବା ବେଳେ ଜରପଡାଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।