ଅନ୍ୟାନ୍ୟ

ନଭେମ୍ବର ୧୬ରୁ ଲର୍ଣର ଲାଇସେନ୍ସ ପାଇଁ ଟେଷ୍ଟ

By Angul TV Bureau

November 07, 2020

ଅନୁଗୁଳ: ଆସନ୍ତା ୧୬ ତାରିଖରୁ ସମଗ୍ର ଓଡ଼ିଶାରେ ଲର୍ଣର ଲାଇସେନ୍ସ ପାଇଁ ଟେଷ୍ଟ ନିଆଯିବ। ୮ ମାସ ପରେ ରାଜ୍ୟ ସରକାର ଟେଷ୍ଟ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଟାନ୍ସପୋର୍ଟ କମିଶନର ଏଥିନେଇ ସୂଚନା ଦେଇଛନ୍ତି। କୋଭିଡ୍‌-୧୯ ପାଇଁ ମାର୍ଚ୍ଚ ୨୫ ତାରିଖଠାରୁ ଏହି ଟେଷ୍ଟ ବନ୍ଦ ରହିଛି । କେବଳ ଯେଉଁମାନେ ପୂର୍ବରୁ ଏହି ଟେଷ୍ଟ ପାଇଁ ଦରଖାସ୍ତ ଦେଇଛନ୍ତି ସେମାନେ ନଭେମ୍ବର ୧୨ ତାରିଖରୁ ଟେଷ୍ଟ ସ୍ଲଟ୍‌ ବାଛି ପରୀକ୍ଷା ଦେଇପାରିବେ। ତେବେ ବର୍ତ୍ତମାନ ନୂଆ ଲାଇସେନ୍ସ ପାଇଁ ଦରଖାସ୍ତ ଗ୍ରହଣ ହେବ ନାହିଁ ବୋଲି ଜଣାପଡିଛି l