ଅନ୍ୟାନ୍ୟ

ନଭେମ୍ବର 26 ବନ୍ଦକୁ ଜୋରଦାର କରାଯିବ

By Angul TV Bureau

November 15, 2020

ଅନୁଗୁଳ: ଆସନ୍ତା 26 ତାରିଖରେ ଦେଶର 10ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ଡାକରା ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ନାଲକୋନଗର NSCU ସଭାକକ୍ଷରେ ଆୟୋଜିତ ଏହି ସଭାରେ ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ, ଦିଗାମ୍ବର ଗଡ଼ନାୟକ, ଉପେନ୍ଦ୍ର ଶର୍ମା, ତ୍ରିଲୋଚନ ପ୍ରଧାନ ପ୍ରମୁଖ ଯୋଗଦାନ କରି କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି, ଦରଦାମ ବୃଦ୍ଧି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମାଲୋଚନା କରିଥିଲେ। ଧର୍ମଘଟର ରୂପରେଖ ପ୍ରସଙ୍ଗରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା।