ଘଟଣା ଓ ଦୁର୍ଘଟଣା

ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ବୃଦ୍ଧଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼

By Angul TV Bureau

December 15, 2020

ଅନୁଗୁଳ: ସୋମବାର ଅପରାହ୍ଣରେ କଣିହାଁ ବ୍ଲକ ତଥା ରେଙ୍ଗାଳି ଥାନା ଅଞ୍ଚଳରେ ଜଣେ ୯ ବର୍ଷର ବାଳିକାକୁ ବଳାତ୍କାର କରଯାଇଛି। ଚକ୍ଲେଟ୍, ବିସ୍କୁଟ ଦେବାର ପ୍ରଲୋଭନ ଦେଖାଇ ପଡୋଶୀ ଡିଲେଶ୍ୱର ବେହେରା ନାମକ ଜଣେ ୫୪ ବର୍ଷୀୟ ବୃଦ୍ଧ ଘରକୁ ଡାକି ନେଇ ଏଭଳି ନାରକୀୟ କାଣ୍ଡ ଘଟାଇ ଥିବା ପୁଲିସ୍ ନିକଟରେ ଅଭିଯୋଗ ହୋଇଛି। ନାବାଳିକା ଜଣକ ଘଟଣା ସମ୍ପର୍କରେ ତାଙ୍କ ଘରେ ଜଣାଇବାପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ଅଭିଯୁକ୍ତ ବୃଦ୍ଧଙ୍କୁ ଗାଁ ଦାଣ୍ଡରେ ଏକ ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଇଥିଲେ। ରାତିରେ ପୁଲିସ୍ ଅଭିଯୁକ୍ତକୁ ଥାନାକୁ ନେଇଥିଲା। ଏ ସମ୍ପର୍କରେ ପୀଡିତାଙ୍କ ପକ୍ଷରୁ ସ୍ଥାନୀୟ ରେଙ୍ଗାଳି ଥାନାରେ ଅଭିଯୋଗ ହୋଇଛି। ପୀଡିତାଙ୍କ ଦେହ ସାରା କ୍ଷତ ଚିହ୍ନ ଥିବା ବେଳେ ରେଙ୍ଗାଳି ମେଡିକାଲରେ ତାଙ୍କର ଚିକିତ୍ସା କରଯାଇଥିଲା।