ଘଟଣା ଓ ଦୁର୍ଘଟଣା

ପାଉଁଶ ଟ୍ରକ୍‌ ଚଳାଚଳକୁ ବିରୋଧ

By Angul TV Bureau

December 02, 2020

ଅନୁଗୁଳ: ସରକାରୀ ଗାଇଡ୍‌ଲାଇନ୍‌ ଉଲ୍ଲ˚ଘନ କରି କଣିହାଁ ରାସ୍ତାରେ ବେଧଡ଼କ ଚାଲିଛି ପାଉଁଶ ପରିବହନ। ରାସ୍ତାରେ ପାଣି ସିଞ୍ଚନ ନକରି ଗାଡ଼ି ଚଳାଚଳକୁ ବିରୋଧ କରିବାରୁ କେତେକ ଦୁବୃର୍ତ୍ତ କମରେଇ ସରପଞ୍ଚ ଦୁଃଖବନ୍ଧୁ ଭୂତିଆଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ଏନ୍‌ଟିପିସି ବାଇପାସ୍‌ ସହିଦ୍‌ ସ୍ମୃତିସ୍ତମ୍ଭ ନିକଟରେ କମରେଇ ସରପଞ୍ଚ ଶ୍ରୀ ଭୂତିଆଙ୍କ ନେତୃତ୍ବରେ ମଙ୍ଗଳବାର ସକାଳ ୯ଟାରୁ ଦିନ ଗୋଟାଏ ଏବ˚ ସନ୍ଧ୍ୟା ୬ଟାରୁ ସାଢେ଼ ୭ଟା ପର୍ଯ୍ୟନ୍ତ ପାଉଁଶ ଟ୍ରକ୍‌ ଚଳାଚଳକୁ ବିରୋଧ କରାଯାଇଥିଲା। ଏନ୍‌ଟିପିସି, ବାଇପାସ୍‌ ଅ˚ଚଳର କିଛି ବ୍ୟବସାୟୀ ଓ ସ୍ଥାନୀୟ ଲୋକ ସରପଞ୍ଚଙ୍କୁ ସମର୍ଥନ କରି ପରିବହନ ସ˚ସ୍ଥାର ବେପରବାୟ ନୀତିକୁ ବିରୋଧ କରିଥିଲେ। ଟ୍ରକ୍‌ଗୁଡ଼ିକ ଅଟକିବାର କିଛି ସମୟ ପରେ ଘଟଣାସ୍ଥଳରେ ଦୁଇ ଜଣ ଯୁବକ ପହଞ୍ଚି ଶ୍ରୀ ଭୂତିଆଙ୍କୁ ଏଥିରୁ ବିରତ ରହିବାକୁ ଚେତାବନୀ ଦେବା ସହିତ ତାଙ୍କୁ ହତ୍ୟା ଧମକ ଦେଇଥିଲେ ବୋଲି କୁହାଯାଇଛି।