ମୁଖ୍ୟ ଖବର

ପିଇବା ପାଣି ନଷ୍ଟ କଲେ ଦଣ୍ତ

By Angul TV Bureau

October 24, 2020

ଅନୁଗୁଳ: ରାସ୍ତାକଡ଼ ଟ୍ୟାପ୍‌ରୁ ପାଣି ବୋହୁଥିବ ଯେ, ବୋହୁଥିବ। ସରକାରୀ, ବେସରକାରୀ କୋଠାଘର ପାଣି ଟାଙ୍କି ଭର୍ତ୍ତି ହୋଇ ଘଣ୍ଟା ଘଣ୍ଟା ଧରି ଉଛୁଳି ତଳେ ପଡୁଥିବ। ହେଲେ ଏସବୁ ପ୍ରତି କାହାରି ନିଘା ନଥାଏ। ଏବେ କିନ୍ତୁ ସେ ବେପରବାୟ ମନୋଭାବ ଚଳିବ ନାହିଁ। ପୌରପାଳିକା ଅଳିଆ ପାଇଁ ଟିକସ ନେବାକୁ ଯୋଜନା କରୁଥିବା ବେଳେ ପିଇବା ପାଣି ନଷ୍ଟ ବା ଅପଚୟ କଲେ ଏଣିକି ସିଭିକ୍‌ ଅଥରିଟି ଦଣ୍ତିତ ହେବ। ଫଳରେ ଏହାର ପ୍ରଭାବ ପରୋକ୍ଷରେ ଲୋକଙ୍କ ଉପରେ ପଡ଼ିବ ଏବ˚ ଜନସଚେତନତା ବୃଦ୍ଧି ପାଇବ। ଅନୁଗୁଳ ଜିଲ୍ଲାରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ଏଠାରେ ଜଳସ୍ତର କମିବା ସହ ପାଣିରେ ଫ୍ଲୋରାଇଡ୍‌ ଏବ˚ ନାଇଟ୍ରେଟ୍‌ ବିପଦଜନକ ସ୍ଥିତିରେ ଅଛି। ଏଣୁ ସେଣ୍ଟ୍ରାଲ୍‌ ଗ୍ରାଉଣ୍ତ ୱାଟର ଅଥରିଟି (CGWA)କୁ ନ୍ୟାସ୍‌ନାଲ୍‌ ଗ୍ରୀନ୍‌ ଟ୍ରିବୁନାଲ୍‌ ଏକ ଆଦେଶନାମାରେ ପିଇବା ପାଣି ନଷ୍ଟକୁ ଏକ ଦଣ୍ତନୀୟ ଅପରାଧ ଭାବେ ବିବେଚନା କରିବାକୁ କହିଛି। ଦେଶରେ ଖୁବ୍‌ ଶୀଘ୍ର ଏହି ଆଇନ୍‌ ଲାଗୁ କରିବାକୁ ଯାଉଥିବା ବେଳେ ଜନସାଧାରଣ ସଚେତନ ହେବା ସହ ଭୂତଳ ଜଳ ବୃଦ୍ଧିରେ ଏହା ସହାୟକ ହେବ।