ମୁଖ୍ୟ ଖବର

ପି.କେ. ସିହ୍ନା ଏମସିଏଲ୍ ନୂଆ ସିଏମଡି

By Angul TV Bureau

November 01, 2020

ତାଳଚେର:ଏନସିଏଲ ( ନର୍ଦ୍ଦର୍ଣ୍ଣ କୋଲ ଫିଲଡସ ଲିମିଟେଡ)ର ସିଏମଡି ପି.କେ ସିହ୍ନା କୋଲ ଇଣ୍ଡିଆ ଲିମିଟେଡର ସହାୟକ କମ୍ପାନୀ ଏମସିଏଲ (ମହାନାଦୀ କୋଲଫିଲ୍ଡସ ଲିମିଟେଡ) ସିଏମଡି ଭାବେ ରବିବାର ଅତିରିକ୍ତ ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ସିହ୍ନା ଏନଆଇଟି ରାୟପୁରରୁ ବି-ଟେକ ଓ ଆଇଆଇଟି (ଆଇଏସ୍‌ଏମ୍‌) ଧାନବାଦରୁ ଏମ-ଟେକ କରିଛନ୍ତି। କୋଲ୍ ଇଣ୍ଡିଆରେ ଓପନକାଷ୍ଟ ଏବଂ ଭୂତଳ ଖଣିରେ ୩୭ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରି ବହୁ ଅଭିଜ୍ଞତା ହାସଲ କରିଛନ୍ତି ଶ୍ରୀ ସିହ୍ନା। ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଉଲ୍ଲେଖନୀୟ କାର୍ଯ୍ୟ କରି ଦକ୍ଷତାର ପରିଚୟ ଦେଇଛନ୍ତି। ଏନସିଏଲରେ ଯୋଗଦେବା ପୂର୍ବରୁ ଶ୍ରୀ ସିହ୍ନା ବିଳାସପୁରର ସାଉଥ ଇଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡରେ ନିର୍ଦ୍ଦେଶକ (ବୈଷୟିକ) ଥିଲେ ।