ମୁଖ୍ୟ ଖବର

ପୁଣି ଡେଙ୍ଗା-ଗେଡ଼ା ଯୋଡ଼ି ଆତଙ୍କ

By Angul TV Bureau

December 15, 2020

ଅନୁଗୁଳ: ମଙ୍ଗଳବାର ପୂର୍ବାହ୍ନରେ ଅନୁଗୁଳ ବସଷ୍ଟାଣ୍ଡରୁ ଜଣେ ଅବସରପ୍ରାପ୍ତ କର୍ମଚାରୀ ଲୁଟର ଶିକାର ହୋଇଛନ୍ତି। ଦିନ ପ୍ରାୟ ୧୧ଟା ବେଳେ ବସଷ୍ଟାଣ୍ଡ ଡଲଫିନ କାଉଣ୍ଟର ଆଗରୁ ଦୁଇ ଜଣ ଦୁର୍ବୃତ୍ତ ଶିମିଳିପଡାର କେଶବ ମିଶ୍ରଙ୍କଠାରୁ ୨୦ ହଜାର ଟଙ୍କା ଝାମ୍ପି ନେଇଛନ୍ତି। ଶ୍ରୀ ମିଶ୍ର ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରୁ ପେନସନ ଟଙ୍କାରୁ ୨୦ ହଜାର ଉଠାଇ ଏକ ବ୍ୟାଗରେ ଧରି ଚାଲି ଚାଲି ଘରକୁ ଫେରୁଥିଲେ। ବସ ଷ୍ଟାଣ୍ଡରେ ଏକ ମଟର ସାଇକେଲରେ ଦୁଇ ଲୁଟେରା ଶ୍ରୀ ମିଶ୍ରଙ୍କ ଠାରୁ ଟଙ୍କା ବ୍ୟାଗ୍ ଝିଙ୍କି ନେଇ ଗାର୍ଲସ ହାଇସ୍କୁଲ ଆଡକୁ ପଳାଇଥିଲେ।ବ୍ୟାଙ୍କ ଭିତରେ କିଛି ଯୁବକଙ୍କୁ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି। ଏଥିନେଇ ପୁଲିସ୍ ନିକଟରେ ଅଭିଯୋଗ ହୋଇଛି।