ମୁଖ୍ୟ ଖବର

ପୌରପାଳିକା ଜୈବିକ ସାର କେଜି ୨୦ ଟଙ୍କା

By Angul TV Bureau

November 23, 2020

ଅନୁଗୁଳ: ଦିନ ଥିଲା ଅନୁଗୁଳ ପୌରପାଳିକା ଆବର୍ଜନା ପାଇଁ ସାରା ରାଜ୍ୟର ବଦନାମ୍ ମୁଣ୍ଡାଇ ଥିଲା। ଡମ୍ପିୟାର୍ଡଟିଏ ନଥିବାରୁ ଆବର୍ଜନା ଏଣେତେଣେ ପଡ଼ି ରାଜ୍ୟର ତୃତୀୟ ଅଳିଆ ସହରର ମାନ୍ୟତା ପାଇଥିଲା। ପ୍ରତିଷ୍ଠା ହେବା ପରେ ଆବର୍ଜନାରୁ ଜୈବିକ ସାର ବାହାର କରାଯାଉଛି। ପ୍ରଥମେ ମାଇକ୍ରୋ କମ୍ପୋଷ୍ଟି˚ ପିଟ୍‌ରେ ଅଳିଆ ପଡ଼ିବା ପୂର୍ବରୁ ଶୁଖିଲା ଓ ଓଦା ଆବର୍ଜନାକୁ ଅଲଗା କରାଯାଉଛି। ଆବର୍ଜନା ସବୁକୁ ଖରାରେ ରଖି ପରେ ଅର୍ଗାନିକ୍‌ ରସାୟନ ମିଶାଇ ଗୋବର ଦିଆଯାଉଛି। ଏଭଳି କିଛି ଦିନ ରହିବା ପରେ ଆବର୍ଜନା ଜୈବିକ ସାରରେ ପରିଣତ ହେଉଛି l

ଏହା ପରେ ଏହି ସାରକୁ ବଜାରରେ କେଜି ୨୦ ଟଙ୍କା ଦରରେ ବିକ୍ରି କରାଯାଉଛି। ବହୁ ଚାଷୀ ଏବ˚ ସାଧାରଣ ଗ୍ରାହକ ନିଜ ବାଡ଼ିବଗିଚା ପାଇଁ ଏହି ଖତକୁ ବେଶ୍‌ ପ୍ରଶ˚ସା କରୁଛନ୍ତି।ଅନୁଗୁଳ ପୌରପାଳିକାର ମିଶ୍ରପଡ଼ା, ହୁଲୁରିସି˚ହା ଏବ˚ ହେମସୁରପଡ଼ାଠାରେ ଏମ୍‌ସିସି ରହିଛି। ମହିଳା ସ୍ବୟ˚ ସହାୟକ ଗୋଷ୍ଠୀମାନଙ୍କୁ ଏହାର ପରିଚାଳନା ଦାୟିତ୍ବ ଦିଆଯାଇଛି। ଏଥର ଅଳିଆ ବଢ଼ିଲେ ଚିନ୍ତା ନାହିଁ, ଯେତେ ଅଳିଆ ସେତେ ପଇସା।