ସ୍ୱତନ୍ତ୍ର

ଫଳକରେ ସୀମିତ ଟେନିସ୍‌ ଏକାଡେମୀ

By Angul TV Bureau

October 24, 2020

ଅନୁଗୁଳ: ଜିଲ୍ଲାରେ କ୍ରୀଡ଼ାର ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ ସମୟରେ ପ୍ରତିଶ୍ରୁତି ମିଳିଛି। କିନ୍ତୁ ସରକାରୀ ଅବହେଳା କାରଣରୁ କ୍ରୀଡ଼ାପ୍ରେମୀଙ୍କୁ ଅନେକ ସମୟରେ ନିରାଶ ହେବାକୁ ପଡ଼ିଛି। ଅନୁଗୁଳ ଷ୍ଟାଡିୟମ୍‌ ନିକଟରେ ଆଜକୁ ୭ ବର୍ଷ ତଳେ ଶିଳାନ୍ୟାସ ହୋଇଥିଲା ଟେନିସ୍‌ ଏକାଡେମୀ। ପ୍ରାୟ କୋଟିଏ ଟଙ୍କାର ବ୍ୟୟବରାଦ ବି ହୋଇଥିଲା। କିନ୍ତୁ ଏହି ଟେନିସ୍‌ ଏକାଡେମୀ ଆଜି ସୁଦ୍ଧା ଅଧାପନ୍ତରିଆ ହୋଇ ପଡ଼ି ରହିଛି। ନୂତନ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ କ୍ରୀଡ଼ାପ୍ରେମୀ ମହଲରୁ ଦାବି ହେଉଛି।