ଅନ୍ୟାନ୍ୟ

ବନ୍ଦ ହେବ ପାଳଲହଡ଼ା ଜେଲ୍!

By Angul TV Bureau

November 13, 2020

ଅନୁଗୁଳ: ଅନ୍ତେବାସୀ ବା କଏଦୀଙ୍କ ଅଭାବ ହେତୁ ଓଡ଼ିଶାର ୧୮ଟି ଜେଲ୍‌ ବନ୍ଦ ହେବ। ବ୍ରିଟିଶ୍‌ ଅମଳର ଏହି ସବୁ ଜେଲ୍‌ରେ ଏବେ ଯଥେଷ୍ଟ ସ˚ଖ୍ୟକ ଅନ୍ତେବାସୀ ବା କଏଦୀ ନଥିବାରୁ ସେଗୁଡ଼ିକୁ ବନ୍ଦ କରାଯିବା ନେଇ ସୂଚନା ଦେଇଛନ୍ତି ଡିଜି (ପ୍ରିଜନସ)ସନ୍ତୋଷ ଉପାଧ୍ୟାୟ। ପାଳଲହଡ଼ା ଜେଲ୍‌ରେ ୫୮ ଜଣଙ୍କ ରହିବା ବ୍ୟବସ୍ଥା ଥିବାବେଳେ ସମ୍ପ୍ରତି ଅଧା ସଂଖ୍ୟକ କଏଦୀ ମଧ୍ୟ ରହୁନାହାନ୍ତି। ସରକାରଙ୍କ ଏହାଦ୍ବାରା ଖର୍ଚ୍ଚ ବଢ଼ୁଛି। କଳାହାଣ୍ତିର ମଦନପୁର-ରାମପୁର, ବରଗଡ଼ର ସୋହେଲା ଜେଲ୍‌ ମଧ୍ଯ ଏହି କାରଣରୁ ବନ୍ଦ ହେବ ବୋଲି ଜଣାପଡିଛି।